ଧାମରା ମାଛଧରା ବୋଟରେ ଧୀବରଙ୍କ ମୃତ୍ୟୁ
ଭଦ୍ରକ, ୨୬ ଡିସେମ୍ବର (ହି.ସ.) - ଧାମରା ମତ୍ସ୍ୟପୋତାଶ୍ରୟ ଅଧିନରେ ଚାଲୁଥିବା ଏକ ମାଛ ଧରା ବୋଟରେ ଜଣେ ଧୀବରଙ୍କ ମୃତ୍ୟୂ ଘଟିଛି। ପ୍ରାପ୍ତ ସୂଚନା ଅନୁଯାଇ ମା ନାଚିନ୍ଦା ନାମକ ବୋଟ ବଙ୍ଗୋପ ସାଗରରେ ମାଛ ମାରୁ ଥିବା ସମୟରେ ଏହି ବୋଟରେ ଧୀବର ଭାବେ କାର୍ଯ୍ୟ କରୁଥିବା ନୃସିଂହ ଦଳେଇ (୪୨) ବୋଟ ମଧ୍ୟରେ
DHAMARA FISH BOAT RE DHIBARA NKA DEATH


ଭଦ୍ରକ, ୨୬ ଡିସେମ୍ବର (ହି.ସ.) - ଧାମରା ମତ୍ସ୍ୟପୋତାଶ୍ରୟ ଅଧିନରେ ଚାଲୁଥିବା ଏକ ମାଛ ଧରା ବୋଟରେ ଜଣେ ଧୀବରଙ୍କ ମୃତ୍ୟୂ ଘଟିଛି। ପ୍ରାପ୍ତ ସୂଚନା ଅନୁଯାଇ ମା ନାଚିନ୍ଦା ନାମକ ବୋଟ ବଙ୍ଗୋପ ସାଗରରେ ମାଛ ମାରୁ ଥିବା ସମୟରେ ଏହି ବୋଟରେ ଧୀବର ଭାବେ କାର୍ଯ୍ୟ କରୁଥିବା ନୃସିଂହ ଦଳେଇ (୪୨) ବୋଟ ମଧ୍ୟରେ ଚଳପ୍ରଚଳ ହେଉଥିଲେ କୌଣସି କାରଣରୁ ସଂପୃକ୍ତ ଧୀବରଙ୍କ ଗୋଡ ଖସି ଯିବାରୁ ସେ ବୋଟ ଉଇଁଚ(ଲୁହା ମେସିନ)ରେ ବାଡେଇ ହୋଇ ଯାଇଥିଲେ। ଫଳରେ ତାଙ୍କ ମୁଣ୍ଡ ଉଇଁଚ ରେ ମାଡ ହୋଇ ଯାଇଥିବା ବେଳେ ସେହି ସମୟରେ ସେ ପ୍ରାଣ ହରାଇଥିଲେ ବୋଲି ବୋଟର ସମସ୍ତ ଷ୍ଟାଫ ମତ ପ୍ରକାଶ କରିଥିଲେ। ଆଜି ଏହି ବୋଟଟି ଧାମରାରେ ପହଂଚିବା ପରେ ସଂପୃକ୍ତ ବୋଟର ମାଲିକ ଧାମରା ସାମୁଦ୍ରିକ ଥାନାରେ ଖବର ଦେଇଥିଲେ। ପରେ ଧାମରା ସାମୁଦ୍ରିକ ଥାନା ପକ୍ଷରୁ ଆସି ଶବ କୁ ଜବଦ କରିବା ସହ ବ୍ୟବଛେଦ ପାଇଁ ପଠାଯାଇଛି ଏବଂ ଏକ ଅପମୃତ୍ୟୂ କେସ ରୁଜୁ କରାଯାଇ ଅଧିକ ତଦନ୍ତ ଜାରୀ ରହିଛି ବୋଲି ସାମୁଦ୍ରିକ ଥାନାଧିକାରିଣୀ ପ୍ରିୟଦର୍ଶନୀ ଖଟୁଆଙ୍କ ନିକଟରୁ ପ୍ରକାଶ। ସଂପୃକ୍ତ ବ୍ୟକ୍ତି ଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ଅଂଚଳର ରଙ୍ଗଣୀ ଗ୍ରାମର ବୋଲି ଜଣାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande