
ସମ୍ବଲପୁର, ୨୬ ଡିସେମ୍ବର(ହି.ସ.) – ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ଦେବେଇପାଲି ଗ୍ରାମର ୮୨ ବର୍ଷିୟା ସୁବାସିନୀ ପ୍ରଧାନଙ୍କ ଗତ ଗୁରୁବାର ଭୋର ୫ ଟା ୪୦ ମିନିଟରେ ପରଲୋକ ଗମନ କରିଛନ୍ତି। ସେ ଜଣେ ସମାଜସେବୀ ଓ ଏକାଧାରରେ ଜଣେ ଧର୍ମ ପରାୟଣା ମହିଳା ଥିଲେ। ବରଗଡ ଜିଲ୍ଲା ଜିରାନଦୀ କୂଳର ପ୍ରମୁଖ ଆଧ୍ୟାତ୍ମିକ ଆଶ୍ରମର ଗୁରୁ ହରିଚରଣ ଦାସ ମହାରାଜଙ୍କର ସେ ଶିଷ୍ୟା ଥିଲେ। ଗତ କିଛିଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ ରୋଗ ଯୋଗୁଁ ସ୍ଥାନୀୟ ନସିଂ ହୋମରେ ଚିକିତ୍ସିତ ହେଉଥିଲେ। ଆଜି ପୂର୍ବାହ୍ନରେ ବହୁ ଜ୍ଞାନୀ ଗୁଣୀ ଓ ପରିବାର ଲୋକଙ୍କ ଉପସ୍ଥିତିରେ ସ୍ଥାନୀୟ ରାଜଘାଟରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା। ତାଙ୍କର ୩ ପୁଅ ଅକ୍ଷୟ, ଡୁଲାମଣି ପ୍ରଧାନ, ଦେବେନ୍ଦ୍ର ଏବଂ ଝିଅ ପ୍ରମିଲା ରହିଥିବାବେଳେ ମଝିଆ ପୁଅ ଉପେନ୍ଦ୍ର ପ୍ରଧାନଙ୍କ ପୂର୍ବରୁ ପରଲୋକ ହୋଇଯାଇଛି। ସେ ନିଜ ପରିବାର ନାତି ନାତୁଣି ନାତି ବହୁଙ୍କ ସହ ଦେବେଇ ପାଲିରେ ରହି ଆସୁଥିଲେ। ବଡ଼ପୁଅ ଅକ୍ଷୟ ପ୍ରଧାନ ମୁଖାଗ୍ନି ଦେଇଥିଲେ। ତାଙ୍କର ପରଲୋକ ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ