ଜ୍ୟୋତ୍ସ୍ନା ଶବରଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, 26 ଡିସେମ୍ବର (ହି.ସ) ରାଷ୍ଟ୍ରପତିଙ୍କ ଦ୍ୱାରା ''ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର''ରେ ସମ୍ମାନିତ ହୋଇଥିବା ସୁଶ୍ରୀ ଜ୍ୟୋତ୍ସ୍ନା ଶବରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ସୋସିଆଲ ମିଡିଆରେ ଲେଖିଛନ୍ତି, ରାଷ୍
ଜ୍ୟୋତ୍ସ୍ନା ଶବରଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ


ଭୁବନେଶ୍ୱର, 26 ଡିସେମ୍ବର (ହି.ସ) ରାଷ୍ଟ୍ରପତିଙ୍କ ଦ୍ୱାରା 'ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର'ରେ ସମ୍ମାନିତ ହୋଇଥିବା ସୁଶ୍ରୀ ଜ୍ୟୋତ୍ସ୍ନା ଶବରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ସୋସିଆଲ ମିଡିଆରେ ଲେଖିଛନ୍ତି, ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା 'ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର'ରେ ସମ୍ମାନିତ ହୋଇଥିବା ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଜନଜାତି ପ୍ରତିଭା ସୁଶ୍ରୀ ଜ୍ୟୋତ୍ସ୍ନା ଶବରଙ୍କୁ ଶୁଭେଚ୍ଛା । ଜ୍ୟୋତ୍ସ୍ନା ଭାରୋତ୍ତଳନ କ୍ଷେତ୍ରରେ ନିଜର ଅସାଧାରଣ ଦକ୍ଷତା ପ୍ରଦର୍ଶନ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ଚାମ୍ପିଅନସିପରେ ଅନେକ ସଫଳତା ଅର୍ଜନ କରିଛନ୍ତି । ପିଲାଟିର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande