ସମ୍ବଲପୁରରେ ପିଏମ ଆବାସ କାର୍ଯ୍ୟାଦେଶ ବଣ୍ଟନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର/ ସମ୍ବଲପୁର, 26 ଡିସେମ୍ବର (ହି.ସ.) କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ମହାନଗର ନିଗମର ହିତାଧିକାରୀଙ୍କୁ ପିଏମ ଆବାସ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ଆୟୋଜିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ କାର
ସମ୍ବଲପୁରରେ ପିଏମ ଆବାସ କାର୍ଯ୍ୟାଦେଶ ବଣ୍ଟନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର/ ସମ୍ବଲପୁର, 26 ଡିସେମ୍ବର (ହି.ସ.) କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ମହାନଗର ନିଗମର ହିତାଧିକାରୀଙ୍କୁ ପିଏମ ଆବାସ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ଆୟୋଜିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ କାର୍ଯ୍ୟାଦେଶ ଏବଂ ବିଭିନ୍ନ ଯୋଜନାର ସୁବିଧା ବିତରଣ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଶ୍ରୀ ପ୍ରଧାନ ଆବାସ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଏବଂ, ମହାନଗର ନିଗମ ଅଧିକାରୀ, ଜିଲ୍ଲା ପ୍ରଶାସନ ଓ ବରିଷ୍ଠ ପୋଲିସ ଅଧିକାରୀ ମାନେ ଯୋଗ ଦେଇଥିଲେ । ଏହାସହ ସରକାରୀ ଯୋଜନାରେ ଉପକୃତ ହେଉଥିବା ହିତାଧିକାରୀ ମାନେ ମଧ୍ୟ ଶତାଧିକ ସଂଖ୍ୟାରେ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, 855 ଜଣ ଗରିବଙ୍କୁ ପିଏମ ଆବାସ ସହରାଞ୍ଚଳ ଯୋଜନାରେ ପକ୍କା ଘର ଘର ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ସମସ୍ତେ ପାଖାପାଖି ଅଢେଇ ଲକ୍ଷ ଟଙ୍କାର ସହାୟତା ପାଇଛନ୍ତି । ଏହା ସହର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ । ପିଏମ ସନିଧି ଯୋଜନାରେ ଉଠା ଦୋକାନୀଙ୍କୁ 15ରୁ 50 ହାଜର ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯାଉଛି । ଏବେ ସୁଦ୍ଧା 5478 ଜଣଙ୍କୁ ପ୍ରଥମ କିସ୍ତି ଦିଆସାରିଲାଣି । ଋଣ ସୁଝିଥିବା 2 ହଜାର ହିତାଧିକାରୀଙ୍କୁ ଦ୍ଵିତୀୟ କିସ୍ତି ଦିଆଯାଇଛି । ପୁଣି ତୃତୀୟ କିସ୍ତି ଦିଆଯିବ । 32 ଜଣ ହିତାଧିକାରୀଙ୍କୁ ମଧୁ ବାବୁ ପେନସନ ଯୋଜନାରେ ଭତ୍ତା ବଣ୍ଟନ କରାଯାଇଛି । 12 କୋଟିରୁ ଉର୍ଦ୍ଧ୍ବ ଟଙ୍କାର 30ଟି ବିକାଶ ମୂଳକ ପ୍ରକଳ୍ପ ଶୁଭାରମ୍ଭ କରାଯାଇଛି । ଏହାସହ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରାଯାଇଛି ।

ସେ କହିଛନ୍ତି ଯେ, ବିକଶିତ ଓଡ଼ିଶା ଗଠନ ଦିଗରେ ବଡ଼ ଭୂମିକା ସମ୍ବଲପୁରର ଅଛି । ଆଗାମୀ 10 ବର୍ଷ ଭିତରେ ଭାରତର ଏକ ସୁନ୍ଦର ସହର କରିବା ପାଇଁ ସଂକଳ୍ପ ନେବା । ସମସ୍ତଙ୍କ ସହଯୋଗରେ ସହର ସୁନ୍ଦର ହେବ ।

ସେ କହିଛନ୍ତି ଯେ, ଆଧୁନିକ ସିଲେଇ ଶିଖିବା ପାଇଁ ଟ୍ରେନିଂ ଦିଆଯିବ । ମାଆ ମାନଙ୍କୁ ଛୋଟ ଛୋଟ ଉଦ୍ୟୋଗୀ ବନାଇବା ପାଇଁ ପଡିବ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande