ଆଗାମୀ ୫ ଦିନ ମଧ୍ୟରେ କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା : ଆଗାମୀ ୨୪ ଘଂଟା ମଧ୍ୟରେ ୨୦ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇପାରେ
ଭୁବନେଶ୍ୱର, ୨୬ ଡିସେମ୍ବର (ହି.ସ.)- ଆଗାମୀ ୫ ଦିନ ମଧ୍ୟରେ ଅର୍ଥାତ୍ ୩୧ ତାରିଖ ସକାଳ ସୁଦ୍ଧା ରାଜ୍ୟର କେତେକ ଜିଲ୍ଲାରେ ବିଶେଷ କରି ସକାଳ ସମୟରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଂଟା ମଧ୍ୟରେ ଅର୍ଥାତ୍ ୨୭ ତାରିଖ ସକାଳ ସୁଦ୍ଧା ଭୋର୍ କିମ୍ବା ସକାଳ ସମ
ଆଗାମୀ ୫ ଦିନ ମଧ୍ୟରେ କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା


ଭୁବନେଶ୍ୱର, ୨୬ ଡିସେମ୍ବର (ହି.ସ.)- ଆଗାମୀ ୫ ଦିନ ମଧ୍ୟରେ ଅର୍ଥାତ୍ ୩୧ ତାରିଖ ସକାଳ ସୁଦ୍ଧା ରାଜ୍ୟର କେତେକ ଜିଲ୍ଲାରେ ବିଶେଷ କରି ସକାଳ ସମୟରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି ।

ଆଗାମୀ ୨୪ ଘଂଟା ମଧ୍ୟରେ ଅର୍ଥାତ୍ ୨୭ ତାରିଖ ସକାଳ ସୁଦ୍ଧା ଭୋର୍ କିମ୍ବା ସକାଳ ସମୟରେ ୨୦ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି । ସେହି ଜିଲ୍ଲା ଗୁଡିକ ହେଉଛି ଝାରସୁଗୁଡ଼ା, ସମ୍ବଲପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼, ପୁରୀ, କଟକ, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, ଦେବଗଡ଼, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, କଳହାଣ୍ଡି, ଖୋର୍ଦ୍ଧା, ସୋନପୁର, ଜଗତସିଂହପୁର ।

ସେହିପରି ୨୭ ତାରିଖ ସକାଳ ଠାରୁ ଆସନ୍ତା ୨୮ ତାରିଖ ସକାଳ ସୁଦ୍ଧା ଭୋର୍ କିମ୍ବା ସକାଳ ସମୟରେ ୨୧ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି । ସେହି ଜିଲ୍ଲା ଗୁଡିକ ହେଉଛି ଝାରସୁଗୁଡ଼ା, ସମ୍ବଲପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼, ପୁରୀ, କଟକ, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, ଦେବଗଡ଼, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, କଳାହାଣ୍ଡି, ଖୋର୍ଦ୍ଧା, ସୋନପୁର, ରାୟଗଡ଼ା, ଜଗତସିଂହପୁର ।

ସେହିପରି ୨୮ ତାରିଖ ସକାଳ ଠାରୁ ଆସନ୍ତା ୩୦ ତାରିଖ ସକାଳ ସୁଦ୍ଧା ଭୋର୍ କିମ୍ବା ସକାଳ ସମୟରେ ୧୦ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇପାରେ । ସେହି ଜିଲ୍ଲା ଗୁଡିକ ହେଉଛି କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ପୁରୀ, କଟକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା ଏବଂ ଜଗତସିଂହପୁର ।

ଅନୁରୂପ ଭାବେ ୩୦ ତାରିଖ ସକାଳ ଠାରୁ ୩୧ ତାରିଖ ସକାଳ ସୁଦ୍ଧା ଭୋର୍ କିମ୍ବା ସକାଳ ସମୟରେ ୭ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇପାରେ । ସେହି ଜିଲ୍ଲା ଗୁଡିକ ହେଉଛି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଗଜପତି, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande