କାଲିମେଳାରେ ଧାନ ମଣ୍ଡି ଉଦଘାଟିତ
ମାଲକାନଗିରି, ୨୬ ଡିସେମ୍ବର (ହି.ସ.) - ଆଜି କାଲିମେଳା ବ୍ଲକ ସଦର ମହକୁମା ରେ ଧା ନମଣ୍ଡି ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର କର ଯୋଗଦାନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା ସୁବାସିନୀ ସୋଡି, ଜ
କାଲିମେଳା ରେ ଧାନ ମଣ୍ଡି ଉଦଘାଟିତ


ମାଲକାନଗିରି, ୨୬ ଡିସେମ୍ବର (ହି.ସ.) - ଆଜି କାଲିମେଳା ବ୍ଲକ ସଦର ମହକୁମା ରେ ଧା ନମଣ୍ଡି ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର କର ଯୋଗଦାନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା ସୁବାସିନୀ ସୋଡି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ୍ୟ ପତିତପାବନ ବୈଦ୍ୟ, ପୂର୍ବତନ ବ୍ଳକ ଅଧକ୍ଷ ମାଲା ମାଢି, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, ଲ୍ୟାମ୍ପ ଏମ ଡି ଚନ୍ଦନ ମାଦଳା, ଏମ ଆଇ ଚିନ୍ମୟ ସାହୁ, ଲ୍ୟାମ୍ପ ସଭାପତି ବୁଦ୍ରା କବାସୀ , ଭେଙ୍କଟ ପାଲମ, ତେଲେରାଇ, ବଡ଼ିଗଟା, କାଲିମେଳା, କୋଇମେଟଳା ପଂଚାୟତ ର ସରପଂଚ, ଆର ଏମ ସି ର ରାଜେନ୍ଦ୍ର ଜେନା , ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଚୈତନ୍ୟ ଚୌଧୁରୀ, ଲ୍ୟାମ୍ପ ର ସମସ୍ତ କର୍ମଚାରୀ ଏବଂ ଶତାଧିକ ଚାଷୀ ଉପସ୍ଥିତ ଥିଲେ । କିଭଳି ଶାନ୍ତି ଶୃଙ୍ଖଳା ଶହ ଚାଷୀ ମଣ୍ଡିକୁ ଧାନ ଆଣିବେ,ଏଫ. ଏ. କ୍ୟୁ ମାନ ର ଧାନ କୁଇଂଟାଲ ପ୍ରତି ୨୩୬୯ ଟଙ୍କା ସହ ଇନପୁଟ ରାଶି ସହ ସର୍ବମୋଟ ୩୧୦୦ ଟଙ୍କା ପ୍ରଦାନ ନିମନ୍ତେ ଆଲୋଚନା କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande