
ନୂଆପଡ଼ା, ୨୬ ଡିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନଏସି ପକ୍ଷରୁ ଜବର ଦଖଲ ଉଛେଦ ହୋଇଛି। ଖଡ଼ିଆଳ ଏନ୍ ଏ ସି ର ୧୧ ନଂ ୱାର୍ଡ ତଳପୁଟୁପଡାର ୮ଟି ଘରକୁ ଉଛେଦ କରାଯାଇଛି। ଉଛେଦ ହୋଇଥିବା ପରିବାରଙ୍କ ପାଇଁ ଅନ୍ୟତ୍ର ଥଇଥାନ କରିଛି ପ୍ରଶାସନ। ଉଛେଦ ସମୟରେ ଅତିରିକ୍ତ ତହସିଲଦାର ଯୋଗେଶ୍ୱର ସାହୁ, ଖଡ଼ିଆଳ ଏନଏସି ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା, ଖଡ଼ିଆଳ ଥାନା ଅଧିକାରୀ ଦିଲ୍ଲୀପ ସାହୁ, ଅଗ୍ନିଶମ ବିଭାଗ ସହ ଖଡ଼ିଆଳ ଏନଏସି କର୍ମଚାରୀ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ