

ଜୟପୁର, ୨୬ ଡିସେମ୍ବର (ହି.ସ.)- ଜୟପୁର ସ୍ଥିତ ଜିଲା ଯୋଗାଣ ଅଧିକାରିଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ଆଜି ବିଜେଡି ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଛି । ଗତ ୨୩ ତାରିଖରେ ସମସ୍ତ ମଣ୍ଡିରେ ୭୨ ଘଣ୍ଟା ଭିତରେ ଆର୍ଥାତ ୨୫ ତାରିଖ ଭିତରେ ଧାନ କ୍ରୟ ନକଲେ ବିଜେଡି ଧାରଣା ଦେବାକୁ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଚେତାବନୀ ଦେଇଥିଲୋ ଆଜି ସୁଦ୍ଧା ସମସ୍ତ ମଣ୍ଡିରେ ଧାନ କ୍ରୟ ସ୍ୱାଭାବିକ ହୋଇନଥିବା ସହ କଟନି ଛଟନି ଚାଲିିବାରୁ ଆଜି ବିଜେଡି ଧାରଣା ଦେଇଛି । ସମସ୍ତ ମଣ୍ଡିରେ ଧାନ କ୍ରୟ ଆରମ୍ଭ କରିବା, କଟନ ଛଟନି ବନ୍ଦ କରିବା, ସମସ୍ତ ଚାଷିଙ୍କୁ ଟୋକେନ ଦେବା ସହ ବେଆଇନ ଭାବେ ଧାନ ଗଛିତ କରିଥିବା ମିଲ ମାନଙ୍କ ଉପରେ ଚଢଉ କରିବା ଦାବିରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ଆହ୍ୱାନରେ ଚାଷି ମାନେ ଏକତ୍ରିତ ହୋଇ ଧାରଣା ଦେଇଥିଲେ । ଏହାପରେ କାର୍ଯ୍ୟ।ଳୟ ଭିତରେ ଧସେଇ ପସି ଜିଲା ମୁଖ୍ୟ ଯୋଗାଣ ଅଧିକାରି ମାନସ ମହାପାତ୍ରଙ୍କୁ ଭେଟି ଚେତାବନୀ ଦେଇଛନ୍ତି। ଆସନ୍ତା ୧ ତାରିଖ ସୁଦ୍ଧା ସମସ୍ତ ମଣ୍ଡିରୁ ଧାନ କ୍ରୟ କରାନଗଲେ ପୁଣି ବିଜେଡି ତରଫରୁ ରାସ୍ତା ଆବରୋଧ କରିବା ସହ ସମସ୍ତ ମଣ୍ଡିରେ ଧାରଣା ବିକ୍ଷୋଭ କରିବ । କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଲେ ପ୍ରଶାସନ ଦାୟୀ ରହିବ ବୋଲି ଚେତାବନୀ ଦିଆଯାଇଛି । ଗତ୧୧ ତାରିଖରେ ମଣ୍ଡି ଉଦଘାଟିତ ହୋଇଛି । ପ୍ରଶାସନ ଓ ମିଲର ମଧ୍ୟରେ ସଲାସୁତରା ନୀତିରେ ଚାଲିଛି । ଧାନ କ୍ରୟ କରାଯାଉ ନାହିଁ ଯେଉଁ ମଣ୍ଡିରେ କ୍ରୟ କରାଯାଉଛି କ୍ଵିଣ୍ଟାଲ ପିଛା ୪ରୁ ୫ କେଜି କଟନି ଛଟନି କରାଯାଉଥିବା ବିଜେଡି ଅଭିଯୋଗ କରିଛି । ଏନେଇ ଜିଲା ମୁଖ୍ୟ ଯୋଗାଣ ଅଧିକାରି ସୂଚନା ଦେଇଛନ୍ତି ଯେ, କୋରାପୁଟ ଜିଲାରେ ମଣ୍ଡି ଆରମ୍ଭ ହୋଇ ସାରିଲାଣି । ବର୍ତମାନ ସୁଦ୍ଧା ୫ ହଜାର କ୍ଵିଣ୍ଟାଲ ଧାନ ଉଠି ସାରିଲାଣି । ଯେଉଁ ବାରରେ ମଣ୍ଡି ଅଛି ସେହି ବାରରେ ଧାନ କ୍ରୟ ସୁରୁଖୁରୁରେ ଚାଲିଛି । ବୋରିଗୁମ୍ମା, କୋଟପାଡ, ବୈପାରିଗୁଡା, ଜୟପୁରେ ଧାନ ମଣ୍ଡି ସୁରୁଖୁରୁରେ ଚାଲିଛି । ଦଲାଲ ମାନେ ଧାନକ୍ରୟ କରୁଥିବା ଅଭିଯୋଗ ସମ୍ପୂର୍ଣ ମିଥ୍ୟା। ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ଆହ୍ୱାନରେ ଅନୁଷ୍ଠିତ ଧାରଣାରେ କାର୍ଯ୍ୟକାରି ସଭାପତି ଦୁର୍ଗା ମିଶ୍ର, ବରିଷ୍ଠ ବିଜେଡି ନେତା ସୂର୍ଯ୍ୟ ନାରାୟଣ ରଥ, ବାଲା ରାୟ, ନାଗୁ ଦୋରାଙ୍କ ସହ ଚାଷି ମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି