କେସିସି ପକ୍ଷରୁ ଗରିବ ଓ ମେଧାବୀ ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହାୟତା
କେନ୍ଦ୍ରାପଡା, ୨୬ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ମୁଖ୍ୟ ଶାଖା ପକ୍ଷରୁ ଜଣେ ମେଧାବୀ ଗରିବ ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହାୟତା ପ୍ରଦାନ କରାଯାଇଛି । ଅସୁରେଶ୍ୱର ଅଣସରପୁର ନିବାସୀ କାଶୀନାଥ ସାହୁଙ୍କ କନ୍ୟା ସୁଶ୍ରୀ ସୁଲିଲତା ସାହୁଙ୍କୁ କେନ୍ଦ୍ରାପଡା ସ୍ୱ
କେସିସି ପକ୍ଷରୁ ଗରିବ ଓ ମେଧାବୀ ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହାୟତା


କେନ୍ଦ୍ରାପଡା, ୨୬ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ମୁଖ୍ୟ ଶାଖା ପକ୍ଷରୁ ଜଣେ ମେଧାବୀ ଗରିବ ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହାୟତା ପ୍ରଦାନ କରାଯାଇଛି । ଅସୁରେଶ୍ୱର ଅଣସରପୁର ନିବାସୀ କାଶୀନାଥ ସାହୁଙ୍କ କନ୍ୟା ସୁଶ୍ରୀ ସୁଲିଲତା ସାହୁଙ୍କୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ, ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ୱ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ସମିତିର ସଭାପତି ତଥା ସମାଜସେବୀ ପ୍ରମୋଦ ସାହୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହି ସହାୟତା ପ୍ରଦାନ ସମୟରେ ସମିତିର ମୁଖ୍ୟ ସାଧାରଣ ପରିଚାଳକ ମନୋଜ ସାହୁ, ମୁଖ୍ୟ ଶାଖା ବରିଷ୍ଠ ପରିଚାଳକ ପଙ୍କଜ ମଲ୍ଲିକଙ୍କ ସମେତ ସମାଜସେବୀ ଅକ୍ଷୟ ସାହୁ, ସୁବାସ ମହାନ୍ତି ପ୍ରମୁଖ ସହାୟତା ପ୍ରଦାନ ସମୟରେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଛାତ୍ରୀ ସୁଲିଲତା ଅସୁରେଶ୍ୱର ସୁଭଦ୍ରା ମହତାବ ମହାବିଦ୍ୟାଳୟରୁ +୩ କଳା ରାଜନୀତି ବିଜ୍ଞାନ ସମ୍ମାନରେ କୃତୀତ୍ୱର ସହ ଉତୀର୍ଣ୍ଣ ହୋଇଥିଲେ । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି ହୋଇଥିଲା । ଖବର ପାଇ କେନ୍ଦ୍ରାପଡା କ୍ରେଡିଟ୍ କୋ ଅପରେଟିଭ୍ ସୋସାଇଟି ଲିମିଟେଡ୍‌ର ସଭାପତି ଶ୍ରୀ ସାହୁ ଉକ୍ତ ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିବାରୁ ସ୍ଥାନୀୟ ଅଂଚଳରେ ତାଙ୍କର ପ୍ରଶଂସା କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande