ଖବରକାଗଜ ବିତରକଙ୍କୁ ଶୀତବସ୍ତ୍ର ପ୍ରଦାନ
ଘଟଗାଁ ୨୬ ଡିସେମ୍ବର (ହିଁ ସ) ଦୁନିଆ ଯାକର ଖବର ଲୋକଙ୍କ ନିକଟରେ ପହଞ୍ଚାଇବା କ୍ଷେତ୍ରରେ ଖବରକାଗଜ ବିତରକଙ୍କର ପ୍ରମୁଖ ଭୂମିକା ରହିଛି। କି ବର୍ଷା କି ଶୀତ ସବୁଦିନ ସୂର୍ଯ୍ୟଙ୍କ ଠାରୁ ଦୁଇ ଘଣ୍ଟା ଆଗୁଆ ଉଠି ଲୋକଙ୍କ ନିକଟରେ ଖବରକାଗଜ ପହଞ୍ଚାନ୍ତି। ତେବେ ସେମାନଙ୍କ କଥା ବୁଝିବାକୁ କାହା ପାଖରେ ବେଳ
ଖବରକାଗଜ ବିତରକଙ୍କୁ ଶୀତବସ୍ତ୍ର ପ୍ରଦାନ(ଫଟୋ)


ଘଟଗାଁ ୨୬ ଡିସେମ୍ବର (ହିଁ ସ)

ଦୁନିଆ ଯାକର ଖବର ଲୋକଙ୍କ ନିକଟରେ ପହଞ୍ଚାଇବା କ୍ଷେତ୍ରରେ ଖବରକାଗଜ ବିତରକଙ୍କର ପ୍ରମୁଖ ଭୂମିକା ରହିଛି। କି ବର୍ଷା କି ଶୀତ ସବୁଦିନ ସୂର୍ଯ୍ୟଙ୍କ ଠାରୁ ଦୁଇ ଘଣ୍ଟା ଆଗୁଆ ଉଠି ଲୋକଙ୍କ ନିକଟରେ ଖବରକାଗଜ ପହଞ୍ଚାନ୍ତି। ତେବେ ସେମାନଙ୍କ କଥା ବୁଝିବାକୁ କାହା ପାଖରେ ବେଳ ନଥାଏ। କେନ୍ଦୁଝର ଜିଲ୍ଲାରେ ପ୍ରବଳ ଶୀତ ଲହରୀ ଜାରି ରହିଥିବା ବେଳେ ଯୁବ ବିଜେପି ନେତା ଯଜ୍ଞ ପ୍ରସାଦ ସାହୁ ସେମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରିଛନ୍ତି।

ଆନନ୍ଦପୁର ବ୍ଲକ୍ ଓ ପୌରାଞ୍ଚଳ, ଘଷିପୁରା ବ୍ଲକର ସମସ୍ତ ୨୯ ଜଣ ବିତରକଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି। ଘଷିପୁରା ବସଷ୍ଟାଣ୍ଡ ନିକଟରେ ସନାତନ ଦାଶଙ୍କ ତତ୍ତ୍ଵାବଧାନରେ ଯଜ୍ଞ ପ୍ରସାଦ ସାହୁ ୨ ଦିବ୍ୟାଙ୍ଗଙ୍କ ସମେତ ୨୯ ଜଣକୁ ଏହି ଶୀତବସ୍ତ୍ର ସହଯୋଗ କରିଛନ୍ତି। ରମାକାନ୍ତ ମଲ୍ଲିକ, ପ୍ରେମାନନ୍ଦ ମହାନ୍ତି, ନବଘନ ଦାଶ, କେଦାର ନାଥ, ଭାଗିରଥି ପଣ୍ଡା, ଅଙ୍କିତ ମିଶ୍ର, ନିର ଜେନା, ଅଜୟ ପେରେଇ, ହେମନ୍ତ ଦଳେଇ, ଶ୍ରୀଧର ସାହୁ, ବାପୁନ୍ ସାହୁ, ଟୁଟୁ ଜେନା, ଅଶ୍ଵିନୀ ସାହୁ, ପାଗଳ ରଣା, ଗିରିଶ ନାୟକ, ଅଲେଖ ମହାନ୍ତି, ଶୁକ ପଣ୍ଡା, ନିରଞ୍ଜନ ରଣା, କୃଷ୍ଣ ସେଠୀ, ମଙ୍ଗୁଲୁ ସାହୁ, ବନମାଳୀ ସାହୁ, ଦଇନ ରାମ, ଗୋପୀ ନାଥ, ସନାତନ ଦାଶ, ଦୁର୍ଲ୍ଲଭ ରାମ, ନିଲୁ ମହାନ୍ତି, ରଥିଆ ପାତ୍ର, କୃଷ୍ଣ ବାହାଦୁର, ପରେଶ୍ ସ, ମୁନା ମିଶ୍ର ପ୍ରମୁଖ ବିତରକଙ୍କୁ ବିଜେପି ଯୁବନେତା ଯଜ୍ଞ ପ୍ରସାଦ ସାହୁ ଶୀତବସ୍ତ୍ର ସହଯୋଗ କରିଥିଲେ। ଏଭଳି କାର୍ଯ୍ୟକୁ ବିତରକ ସଂଘ ପକ୍ଷରୁ ସ୍ବାଗତ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande