କେନ୍ଦ୍ରାପଡା କଲେଜର ବନ୍ଧୁ ମିଳନ ଉତ୍ସବ
କେନ୍ଦ୍ରାପଡା, ୨୬ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା କଲେଜର୧୯୭୮-୧୯୮୨ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନଙ୍କର ଏକ ସ୍ମୃତିମୟ ବନ୍ଧୁ ମିଳନ ଉତ୍ସବ ସାଲେପୁରସ୍ଥିତ ବି.କେ ମଣ୍ଡପରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ଏକାଠି ହୋଇଥିବା ପୁରାତନ ଛାତ୍ରଛାତ୍ରୀମାନେ ନିଜ ଛାତ୍ରଜୀବନ ସ୍ମରଣିୟ ଦିନ ଗୁଡ
କେନ୍ଦ୍ରାପଡା କଲେଜର ବନ୍ଧୁ ମିଳନ ଉତ୍ସବ


କେନ୍ଦ୍ରାପଡା, ୨୬ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା କଲେଜର୧୯୭୮-୧୯୮୨ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନଙ୍କର ଏକ ସ୍ମୃତିମୟ ବନ୍ଧୁ ମିଳନ ଉତ୍ସବ ସାଲେପୁରସ୍ଥିତ ବି.କେ ମଣ୍ଡପରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ଏକାଠି ହୋଇଥିବା ପୁରାତନ ଛାତ୍ରଛାତ୍ରୀମାନେ ନିଜ ଛାତ୍ରଜୀବନ ସ୍ମରଣିୟ ଦିନ ଗୁଡିକୁ ସମୃତିଚାରଣ କରି ଆନନ୍ଦ ଓ ଉଲ୍ଲାସରେ ମଗ୍ନ ହୋଇଥିଲେ । ଏହି ଅବସରେ ଏହି ବର୍ଷ ମଧ୍ୟରେ ଦିବଂଗତ ହୋଇଥିବା ବନ୍ଧୁ ଓ ବାନ୍ଧବୀମାନଙ୍କ ପବିତ୍ର ସମୃତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରି ଦୁଇ ମିନିଟର ନିରବ ପ୍ରାର୍ଥନା ପାଳଣ କରିଥିଲେ । ଅନୁଷ୍ଠାନର ଶେଷ ପର୍ଯ୍ୟାୟରେ ସମସ୍ତ ଉପସ୍ଥିତ ବନ୍ଧୁମାନେ ସୁସ୍ୱାଦୁ ଭୋଜନର ଆନନ୍ଦ ଉପଭୋଗ କରି ଆପସରେ ସମ୍ପର୍କ ଓ ଭାଇଚାରାକୁ ଆହୁରି ଦୃଢ କରିଥିଲେ । ଉକ୍ତ ବନ୍ଧୁ ମିଳନକୁ ସାକାର ରୂପ ଦେବାରେ ବିଭୁତି ଭୂଷଣ ପଣ୍ଡା, କଳ୍ପତରୁ ନାୟକ, ରମାକାନ୍ତ ସାମଲ, ଇଂ ପ୍ରଶାନ୍ତ କୁମାର ଦାସ, ଅକ୍ଷୟ କୁମାର ଦାସ ଓ ମୁକେଶ ରାଉତ ପ୍ରମୁଖ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande