ଖାରବେଳ ଭବନରେ କ୍ୟାଣ୍ଟିନ ‘ସୃଜନ’ ଉଦଘାଟିତ
ମିଳିବ ରେଳଟିକଟ ଓ ପର୍ଯ୍ୟଟନ ସୂଚନା ସୁବିଧା ଭୁବନେଶ୍ୱର, , ୨୬ ଡିସେମ୍ବର (ହି.ସ.) -ଆଜି ଖାରବେଳଭବନର ପ୍ରଥମ ମହଲାରେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଏକ କ୍ୟାଣ୍ଟିନ ‘ସୃଜନ’ ଲୋକାର୍ପିତ ହୋଇଛି । ଆଇଆରସିଟିସି ଦ୍ୱାରା ପରିଚାଳିତ ଏହି କ୍ୟାଣ୍ଟିନକୁ ଗୃହ ନିର୍ମାଣ ଓ
ଖାରବେଳ ଭବନରେ କ୍ୟାଣ୍ଟିନ ‘ସୃଜନ’ ଉଦଘାଟିତ


ମିଳିବ ରେଳଟିକଟ ଓ ପର୍ଯ୍ୟଟନ ସୂଚନା ସୁବିଧା

ଭୁବନେଶ୍ୱର, , ୨୬

ଡିସେମ୍ବର (ହି.ସ.) -ଆଜି ଖାରବେଳଭବନର ପ୍ରଥମ

ମହଲାରେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଏକ କ୍ୟାଣ୍ଟିନ ‘ସୃଜନ’

ଲୋକାର୍ପିତ ହୋଇଛି । ଆଇଆରସିଟିସି ଦ୍ୱାରା ପରିଚାଳିତ ଏହି କ୍ୟାଣ୍ଟିନକୁ ଗୃହ ନିର୍ମାଣ ଓ

ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି

। ଏହି ଅବସରରେ ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି ଯେ ଏଠାରେ କାର୍ଯ୍ୟ କରୁଥିବା ବିଭାଗଗୁଡିକର

ପ୍ରାୟ ସାତଶହରୁ ଅଧିକ କର୍ମଚାରୀ ଉପକୃତ ହୋଇପାରିବେ । ଏତଦ୍‍ବ୍ୟତିତ ବିଭିନ୍ନ ସମୟରେ

ଖାରବେଳଭବନକୁ ବିଭିନ୍ନ କାର୍ଯ୍ୟପାଇଁ ଆସୁଥିବା ଲୋକେ ମଧ୍ୟ ଉପକୃତ ହୋଇପାରିବେ । କାରଣ ଏହାର

ଆଖପାଖରେ ବିଶେଷ କିଛି ସୁବିଧା ନାହିଁ । ଏଠାରେ ବିମାନ ଓ ରେଳ ଟିକଟ ସୁବିଧାରେ ଉପଳବ୍ଧ

କରାଯାଇଛି ଏବଂ ପର୍ଯ୍ୟଟନପାଇଁ ମଧ୍ୟ ପରାମର୍ଶ ଦିଆଯିବାର ବ୍ୟବସ୍ଥା ରହିଛି । ଏହି

କ୍ୟାଣ୍ଟିନରେ ଖାଦ୍ୟର ଗୁଣବତ୍ତା,

ପରିଷ୍କାର ପରିଚ୍ଛନ୍ନତା ବଜାୟ ରହିବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ କହିଛନ୍ତି ଯେ ଏହି

କ୍ୟାଣ୍ଟିନ ଖାରବେଳଭବନରେ କାର୍ଯ୍ୟ କରୁଥିବା ସମସ୍ତ ବିଭାଗ ପାଇଁ ବ୍ୟବସ୍ଥିତ । ଏଠାକାର

ବ୍ୟବସ୍ଥା ଆଦି ସମ୍ପର୍କରେ ଶ୍ରୀମତୀ ପାଢୀ ମନ୍ତ୍ରୀ ସୂଚନା ଦେଇଥିଲେ । ପ୍ରକାଶ ଥାଉ କି ଗତ

ମାର୍ଚ୍ଚମାସ ୩ତାରିଖ ଦିନ ରାଜ୍ୟ ସରକାର ଗୃହ ଓ ନଗର ଉନ୍ନୟନ ବିଭାଗକୁ ଖାରବେଳଭବନର ପରିଚାଳନା

ପାଇଁ ନୋଡାଲ ବିଭାଗ ଭାବେ ଘୋଷଣା କରି ନିର୍ଦ୍ଦେଶନାମା ଜାରି କରିଥିଲେ । ସେହି ଅନୁଯାୟୀ ଏଠାରେ

ନିକଟରେ ଏକ କ୍ରେଜ୍‍ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ୱାରା ଉଦଘାଟିତ ହୋଇଥିବାବେଳେ

ମନ୍ତ୍ରୀ ଡକ୍ଟର ମହାପାତ୍ରଙ୍କ କରକମଳରେ କ୍ୟାଣ୍ଟିନ୍‍ ‘ସୃଜନ’

ଓ ଲାଉଞ୍ଜ ଉଦଘାଟିତ ହୋଇଛି । ଏହି ଅବସରରେ ପୌର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କ ସମେତ

ସମସ୍ତ ବିଭାଗୀୟ ପଦାଧିକାରୀ ଓ ଭାରତୀୟ ରେଳବାଇ ତରଫରୁ ଦକ୍ଷିଣ କେନ୍ଦ୍ରୀୟ ଜୋନ୍‍ର ଜିଜିଏମ୍‍

ପି ରାଜକୁମାର, ଭୁବନେଶ୍ୱର

ଆଞ୍ଚଳିକ ପରିଚାଳକ ଅନୁଜ ଦତ୍ତ,

କ୍ୟାଟରିଙ୍ଗ ସର୍ଭିସେସ୍‍ ସେବାର ଡିଜିଏମ୍‍ ବିକ୍ରମ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande