ଲୋକଙ୍କୁ ମିଳୁନି, ହେଲେ ରାସ୍ତାରେ ଛୁଟୁଛି ସୁଅ
ଲୋକଙ୍କୁ ମିଳୁନି, ହେଲେ ରାସ୍ତାରେ ଛୁଟୁଛି ସୁଅ
ଲୋକଙ୍କୁ ମିଳୁନି, ହେଲେ ରାସ୍ତାରେ ଛୁଟୁଛି ସୁଅ


ଲୋକଙ୍କୁ ମିଳୁନି, ହେଲେ ରାସ୍ତାରେ ଛୁଟୁଛି ସୁଅ


ସମ୍ବଲପୁର, ୨୬, ଡିସେମ୍ବର (ହି.ସ.) ଦୀର୍ଘ ୨୪ ବର୍ଷର ସ୍ବଚ୍ଛ ଓ ନିର୍ମଳ ସରକାରର ଅନ୍ତ ଘଟାଇ ଶେଷରେ ଓଡିଶା ଶାସନ କଳକୁ ହାତେଇଲା ବହୁ ପ୍ରତିକ୍ଷିତ ବିଜେପି ସରକାର । ଜିଲ୍ଲା ପ୍ରଶାସନିକ ସେବାରେ ଅତିଷ୍ଠ ହୋଇ ସହରବାସୀ ବହୁ ଆଶା କରିଥିଲେ ସମ୍ବଲପୁର ମହାନଗର ନିଗମର ନିର୍ବାଚନ ହେବ । ନିଜ ଅଞ୍ଚଳର ପ୍ରତିନିଧିଙ୍କୁ କର୍ପୋରେଟର ଭାବେ ପାଇ ଗୁହାରି ଜଣାଇବେ । ଯାହାର ତ୍ୱରିତ୍ ସମାଧାନ ହୋଇପାରିବ । ହେଲେ ନୁଆ ସରକାର ଆସିଲା ସତ, ହେଲେ ବଦଳିଲା ନାହିଁ ସହରର ସମସ୍ଯା । ନଳା ନର୍ଦ୍ଦମାରେ କେଉଁଠି କୁଢକୁଢ ଆବର୍ଜନା ତ କେଉଁଠି ନଳା ନର୍ଦ୍ଦମା ଭାଙ୍ଗିରୁଜି ଆବର୍ଜନାମୟ ବାତାବରଣ ସୃଷ୍ଟି କରୁଛି । ସବୁଠାରୁ ଉଦବେଦର ବିଷୟ ସମ୍ବଲପୁର ଜିଲ୍ଲାରେ ବୃହତ୍ ଜଳ ସଂରକ୍ଷଣ ଭଣ୍ଡାର ହୀରାକୁଦ ରହିଥିଲା ବେଳେ ସହରବାସୀଙ୍କ ପାଇଁ ପାନୀୟ ଜଳ ସଙ୍କଟ ସଂପ୍ରତି ରାଜ୍ୟ ଶାସନ କଳ ପ୍ରତି ଏକ ଶକ୍ତ ଉପହାସ । ଜିଲ୍ଲାରେ ବିଭିନ୍ନ ବିଭାଗର କାର୍ଯ୍ୟାଳୟ ରହିଛି, ଉଚ୍ଚ ଓ ଦକ୍ଷତା ସମ୍ପନ୍ନ ଅଧିକାରୀ ଓ ଯନ୍ତ୍ରୀ ଅବସ୍ଥାପିତ ହୋଇଛନ୍ତି । ମାତ୍ର ଦକ୍ଷତା ପ୍ରଦର୍ଶନରେ ଏତେ ମାତ୍ରାରେ ବିଫଳ ଯେ ଲୋକଲୋଚନରେ ସରକାରଙ୍କୁ କେବଳ ଅପନିନ୍ଦିତ କରିବା ଯେପରି ସେମାନଙ୍କର ମୁଖ୍ୟ କର୍ତ୍ତବ୍ୟ ଭାବେ ପାଳନ କରୁଛନ୍ତି । ନିକଟରେ ବିଶୁଦ୍ଧ ପାନୀୟ ଜଳ ଅଭାବ ନେଇ ଲୋକେ ରାଜରାସ୍ତାକୁ ଓହ୍ଲାଇବାର ଚେତାବନୀ ଦେବାପରେ ପ୍ରଶାସନ କିଛିଟା ଚଳଚଞ୍ଚଳ ହୋଇ ଉଠିଥିଲା । ମାତ୍ର ଏବେ କେଉଁଠି ମାଟିତଳ ପାଇପ୍ ଫାଟି ପାଣି ବାହାରୁଛି ତ କେଉଠି ପାଇପ୍ ଫାଟି ରାସ୍ତାରେ ପାଣି ସୁଅ କାଟୁଛି । ଆଜି ଏହିପରି ଏକ ଦୃଶ୍ୟ ଜିଲ୍ଲା ପାନୀୟ ଜଳ ଯୋଗାଣ ବିଭାଗର ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରାଇଛି । କାଇଁଶୀର ସିଂହପାଲି ରାସ୍ତାରେ ପାଇପ୍ ଫାଟି ଘଣ୍ଟାଘଣ୍ଟା ଧରି ପାନୀୟ ଜଳ ରାସ୍ତାରେ ଭାବୁଥିଲେ ମଧ୍ୟ ଏହାକୁ ତୁରନ୍ତ ବନ୍ଦ୍ କରିବା ଓ ମରାମତି ଦିଗରେ ବିଭାଗର ଅଣଦେଖା ବିଭାଗୀୟ ଅଧିକାରୀଙ୍କ ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରାଇଛି । ଯେତେବେଳେ ସହରବାସୀଙ୍କ ପାଇଁ କୌଣସି ସମସ୍ୟା ମୁଣ୍ଡ ଟେକୁଛି ଲୋକଙ୍କ ଅଭିଯୋଗ ଉପରେ ଯଦି ସମ୍ପୃକ୍ତ ବିଭାଗ ସାମାନ୍ୟତମ ପଦକ୍ଷେପ ନେଇ ପାରନ୍ତା ତେବେ କୌଣସି ସମସ୍ୟା ଜଟିଳ ରୁ ଜଟିଳ ହୁଅନ୍ତା ନାହିଁ । ମାତ୍ର କାର୍ଯ୍ଯଖିଲାଫୀ ଯନ୍ତ୍ରୀ ଓ ଅଧିକାରୀ ଅଭ୍ୟାସ ଗତ ସଫେଇ ଦେଇ କମିଯାଉଥିବା ଯୋଗୁଁ ଆଜି ସହରରେ ଖାମଖିଆଲି ପ୍ରଶାସନିକ ସେବା ଚାଲିଛି ବୋଲି ବୁଦ୍ଧିଜୀବୀ ମହଲରୁ କଟୁ ସମାଲୋଚନା କରାଯାଇଛି । ଏବେ ଦେଖିବାକୁ ଅପେକ୍ଷା ପାଇପ୍ ଫାଟି ପାନୀୟ ଜଳ ରାସ୍ତାରେ ଭାସିବା ଘଟଣାକୁ ପ୍ରଶାସନ କେଉଁ ନିୟମରେ ତଦନ୍ତ କରି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ !

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande