
ଜୟପୁର, ୨୬ ଡିସେମ୍ବର(ହି.ସ.) – ଜୟପୁର ସହରର ବେଶ ଜଣାଶୁଣା ତଥା ଟାଇମସ ଅଫ ଇଣ୍ଡଆର ସାମ୍ବାଦିକ ସତ୍ୟପଟ୍ଟନାୟକଙ୍କ ମାତା ସ୍ୱର୍ଗତା ସୁଶାନ୍ତି ପଟ୍ଟନାୟକଙ୍କ ଗତକାଲି ରାତି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ବର୍ଷ ହୋଇଥିଲା। ସ୍ୱର୍ଗତା ସୁଶାନ୍ତି ଜଣେ ମେଳାପି ଓ ପରୋପକାରୀ ମହିଳା ଥିଲେ। ଗତକାଲି ରାତି ୧୧ଟା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ଚିକିତ୍ସା କରିବା ସମୟରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପୁଅ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ସତ୍ୟନାରାୟଣ ପଟ୍ଟନାୟକ, ସୂର୍ଯ୍ୟନାରାୟଣ ପଟ୍ଟନାୟକ,ଝିଅ ପ୍ରଣତି ପଟ୍ଟନାୟକ, ପୁତ୍ରବଧୁ ଓ ନାତି ନାତୁଣୀ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି