ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାର ଜିଲ୍ଲା ସାରା ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ‘ମହିମା’ ରଥର ଶୁଭାରମ୍ଭ
ସୁବର୍ଣ୍ଣପୁର, ୨୬ ଡିସେମ୍ବର (ହି.ସ.)- ଆଜି ପୂର୍ବାହ୍ନ ୧୧ଟା ସମୟରେ ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ଏବଂ ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୨୬ ର ସମଗ୍ର ଜିଲ୍ଲାରେ ପ୍ରଚାର ଓ ପ୍ରସାର ପାଇଁ ''ମହିମା'' ରଥକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ଡଃ. ନୃପରାଜ ସ
ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା - ୨୦୨୬ ର ଜିଲ୍ଲା ସାରା ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ‘ମହିମା’ ରଥର ଶୁଭାରମ୍ଭ।


ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା - ୨୦୨୬ ର ଜିଲ୍ଲା ସାରା ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ‘ମହିମା’ ରଥର ଶୁଭାରମ୍ଭ।


ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା - ୨୦୨୬ ର ଜିଲ୍ଲା ସାରା ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ‘ମହିମା’ ରଥର ଶୁଭାରମ୍ଭ।


ସୁବର୍ଣ୍ଣପୁର, ୨୬ ଡିସେମ୍ବର (ହି.ସ.)- ଆଜି ପୂର୍ବାହ୍ନ ୧୧ଟା ସମୟରେ ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ଏବଂ ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୨୬ ର ସମଗ୍ର ଜିଲ୍ଲାରେ ପ୍ରଚାର ଓ ପ୍ରସାର ପାଇଁ 'ମହିମା' ରଥକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ଡଃ. ନୃପରାଜ ସାହୁ । ଏହି ଅବସରରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ରାଜେନ୍ଦ୍ର ମାଝୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଯମୁନା ପ୍ରଧାନ ପ୍ରମୁଖ ରଥର ଉଦଘାଟନ ସମୟରେ ଉପସ୍ଥିତ ଥିଲେ ।

ମହିମା ରଥ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଗ୍ରାମପଞ୍ଚାୟତ, ବ୍ଲକ, ସୋନପୁର ମ୍ୟୁନିସିପାଲଟି ଓ ସମସ୍ତ୍ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଜିଲ୍ଲା ସଦର ମହକୁମାରେ ଜିଲ୍ଲା ମହୋତ୍ସବ ବିଷୟରେ ବ୍ୟାପକ ପ୍ରଚାର ପ୍ରସାର କରିବ ଏବଂ ଆସନ୍ତା 'ମହିମା' ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା- ୨୦୨୬ ଯାହା ସୁବର୍ଣ୍ଣପୁର ଜିଲ୍ଲାସ୍ଥିତ ରାମେଶ୍ୱର ଷ୍ଟାଡିୟମରେ ଜାନୁଆରୀ ୭ରୁ ୧୧ ତାରିଖ ଯାଏ ଆୟୋଜିତ ହେବ, ସେ ବିଷୟରେ ଜିଲ୍ଲାବାସୀଙ୍କୁ ଅବଗତ କରିବ ।

ଏହି ମହିମା ରଥ ମାଧ୍ୟମରେ ଜିଲ୍ଲାର ସମସ୍ତ ଜିଲ୍ଲାବାସୀଙ୍କୁ ଅନୁରୋଧ କରାଯାଉଛି ଯେ, ଆସନ୍ତା ୫ ଦିନିଆ ଜିଲ୍ଲା ମହୋତ୍ସବରେ ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ସାଂସ୍କୃତିକ ଦଳ ମାନଙ୍କର ଲୋକ ସଂସ୍କୃତି, ଲୋକକଳା ଓ ଲୋକ ନୃତ୍ୟ ପରିବେଷଣକୁ ଉପଭୋଗ କରିବା ହେବେ ଏବଂ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ମାନଙ୍କର କ୍ରୟ ବିକ୍ରୟରେ ସାମିଲ ହେବା ପାଇଁ ଅନୁରୋଧ କରିଛି । ଏହି ରଥ ଜିଲ୍ଲାର କୋଣ ଅନୁକୋଣରେ ବୁଲିବ ଆସନ୍ତା 'ମହିମା' ମହୋତ୍ସବର ଶୁଭାରମ୍ଭ ହେବା ଦିନ ପର୍ଯ୍ୟନ୍ତ ।

ଏହି ମହିମା ରଥ ଉଦଘାଟନ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ସୋନପୁର ପ୍ରତୀକ କର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶ୍ରୀମତୀ ଅନିତା ଗୁରୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶ୍ରୀ ଚତୁର୍ଭୁଜ ଦାସ ଙ୍କ ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଖଳିଆପାଲି ସ୍ଥିତ ଭୀମଭୋଇ ମହିମା ମଠ ଆଶ୍ରମର ମହିମା ଧର୍ମର ସାଧୁ, ସନ୍ୟାସିନୀ, ମହିମା ଧର୍ମାବଲମ୍ବୀ ବହୁତ ଭକ୍ତ ବୃନ୍ଦ ଓ ଜନସାଧାରଣଙ୍କ ସମେତ ବିଭିନ୍ନ ସମ୍ବାଦ ପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande