ବାହାର ରାଜ୍ୟର ଧାନ ଗାଡି ଉପରେ ନଜର
ନୂଆପଡା ସମେତ ବିଭିନ୍ନ ଜିଲାରେ ନିଯୁକ୍ତ ଅଛନ୍ତି ଏନଫୋର୍ସମେଣ୍ଟ ଟିମ ଭୁବନେଶ୍ୱର, 26 ଡିସେମ୍ବର (ହି.ସ.) ରାଜ୍ୟରେ କୃଷକ ମାନଙ୍କ ଠାରୁ ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଯୋଗ୍ୟ ଚାଷୀ ସେମାନଙ୍କ ଧାନକୁ ସରକାରୀ ସ୍ତରରେ ବିକ୍ରୟ କରିପାରି
ବାହାର ରାଜ୍ୟର ଧାନ ଗାଡି ଉପରେ ନଜର


ନୂଆପଡା ସମେତ ବିଭିନ୍ନ ଜିଲାରେ ନିଯୁକ୍ତ ଅଛନ୍ତି ଏନଫୋର୍ସମେଣ୍ଟ ଟିମ

ଭୁବନେଶ୍ୱର, 26 ଡିସେମ୍ବର (ହି.ସ.) ରାଜ୍ୟରେ କୃଷକ ମାନଙ୍କ ଠାରୁ ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଯୋଗ୍ୟ ଚାଷୀ ସେମାନଙ୍କ ଧାନକୁ ସରକାରୀ ସ୍ତରରେ ବିକ୍ରୟ କରିପାରିବେ ଏଥିନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ବାହାର ରାଜ୍ୟରୁ ଯେଭଳି ଧାନ ଆସି ରାଜ୍ୟରେ ବିକ୍ରୟ ନହୁଏ ଏହା ଉପରେ ତୀକ୍ଷ୍ଣ ନଜର ରଖାଇଯାଇଛି । ବିଶେଷକରି ରାଜ୍ୟର ସୀମାନ୍ତ ଅଞ୍ଚଳରେ ଏହି ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଏହି ଉଦ୍ଦେଶ୍ୟରେ ନୂଆପଡା, ବରଗଡ଼, ଝାରସୁଗୁଡା ଓ ସୁନ୍ଦରଗଡ ଭଳି ଅନ୍ୟାନ୍ୟ ସୀମାନ୍ତ ଜିଲ୍ଲା ଗୁଡିକରେ ଜିଲ୍ଲାରେ ସ୍କ୍ୱାଡ଼ ସମେତ ବିଭିନ୍ନ ଜିଲ୍ଲାରେ ଏନଫୋର୍ସମେଣ୍ଟ ଟିମକୁ ନିଯୁକ୍ତ କରାଯାଇଛି । ବିଶେଷ କରି ନୂଆପଡା ଜିଲ୍ଲାରେ କ୍ୟାମେରା ଖଞ୍ଜିତ ଏନଫୋର୍ସମେଣ୍ଟ ଗାଡି ଗୁଡିକ ଖଡିଆଳ ରୋଡ଼ ଏବଂ ସିନାପାଲି ଠାରେ ମୁତୟନ ରହି ବାହାର ରାଜ୍ୟ ଧାନ ଗାଡି ଗୁଡିକ ଉପରେ ତୀକ୍ଷଣ ନଜର ରଖିଛନ୍ତି । ପଡୋଶୀ ଛତିଶଗଡରୁ ଓଡିଶା କିମ୍ବା ଆମ ରାଜ୍ୟରୁ ଛତିଶଗଡକୁ ଧାନ ନେଇ ଯାଉଥିବା ଗାଡି ଉପରେ ନଜର ରଖାଯାଉଛି । ସେହିଭଳି ସମ୍ପୃକ୍ତ ଥାନା ଆଇଆଇସି ମାନେ ମଧ୍ୟ ଟିମ ମୁତୟନ କରି ୨୪ ଘଣ୍ଟିଆ ନଜର ରଖୁଛନ୍ତି । କୌଣସି ଅନିୟମିତତାର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେହି ଗାଡିକୁ ଜବତ କରିବାକୁ ସେମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ସମ୍ପୃକ୍ତ ଜିଲ୍ଲାର ଯୋଗାଣ ଅଧିକାରୀ ମାନେ ଏଥି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବେ । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ମଧ୍ୟ ଏହି ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି ।

ଟୋକନ ପ୍ରାପ୍ତ ଚାଷୀମାନେ ମଣ୍ଡିକୁ ଆସି ସେମାନଙ୍କ ଧାନ ବିକ୍ରୟ କରି ଉତ୍ତମ ଅନୁଭୂତି ନେଇ ଫେରିବେ ଏଥିପ୍ରତି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ବିଭିନ୍ନ ମଣ୍ଡିରେ ଆନୁସଙ୍ଗିକ ବ୍ୟବସ୍ଥା କରିଵା ପାଇଁ ପୂର୍ବରୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande