ଗଣମାଧ୍ୟମକୁ କନ୍ଧମାଳରେ ନକ୍ସଲ ଅପରେସନର ସଫଳତାର ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା
Press Meet by ADG Sanjeeb Panda
ଗଣମାଧ୍ୟମକୁ କନ୍ଧମାଳରେ ନକ୍ସଲ ଅପରେସନର ସଫଳତାର ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା


କନ୍ଧମାଳ, ୨୬ ଡିସେମ୍ବର(ହି.ସ.) – ଗତ ୨୪ ତାରିଖରେ କନ୍ଧମାଳ ଜିଲ୍ଲାର ବେଲଘର ଥାନା ଅଂଚଳର ଗୁମ୍ମା ଜଙ୍ଗଲରେ ଓ ୨୫ ତାରିଖ ରେ ଚକାପାଦ ଥାନା ଓ ଗଞ୍ଜାମ ଜିଲ୍ଲାର ସୀମାନ୍ତ ରେ ଓବାଦୀଙ୍କ ଗତିବିଧି ସମ୍ପର୍କରେ ବିଶେଷ ଗୁଇନ୍ଦା ବିଭାଗ ସୂତ୍ରରୁ ଖବର ପାଇବା ପରେ ପୋଲିସ୍ ବିଭାଗ ପକ୍ଷରୁ ଏସ୍ ଓ ଜି, ଡିଭିଏଫ, ସିଆରପିଏଫ୍ ଓ ପୋଲିସ ବାହିନୀର ମିଳିତ ଭାବରେ କୁମ୍ବିଙ୍ଗ ଅପରେସନ ଜାରି କରାଯିବା ପରେ ଉଭୟ ସ୍ଥାନରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇ ଗୁଳି ବିନିମୟ ରେ ମାଓ ସଂଗଠନର ପୁରୁଖା ଓ ରାଜ୍ୟ ମୁଖ୍ୟ ତଥା କେନ୍ଦ୍ରୀୟ କମିଟି ର ସଦସ୍ୟ ଗଣେଶ ୱିକେ ସମେତ ୬ ଜଣ ନକ୍ସଲଙ୍କୁ ଏନକାଉଣ୍ଟର କରିବାର ସଫଳତା ବାବଦରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏଡିଜି ତଥା ରାଜ୍ୟ ନକ୍ସସଲ୍‌ଞ୍ଜୀ ଅପରେସନର ମୁଖ୍‌ଯ ସଞ୍ଜୀବ ପଣ୍ଡା। ଆଜି ସେ ହେଲିକପ୍ଟର ଯୋଗେ ଫୁଲବାଣୀ ମିଦିକୁନ୍ଦା ପୋଲିସ ରିଜର୍ଭ ପଡିଆ ଠାରେ ପହଂଚି, କେନ୍ଦ୍ର ସରକାରଙ୍କ ଦ୍ୱାରା ଆସନ୍ତା ମାର୍ଚ୍ଚ ମାସ ୨୬ ତାରିଖ ସୁଦ୍ଧା ଓଡିଶାକୁ ନକ୍ସଲ ମୁକ୍ତ କରିବା ର ନିଷ୍ପତିକୁ ସଫଳତାର ସହିତ ପୁରଣ କରିବାର ନିକଟତର ହେଉଛି ପୋଲିସ୍‌, ଏକ କୋଟି ୨୦ ଲକ୍ଷ ଟଙ୍କା ର ପୁରସ୍କାର ରାଶି ଘୋଷଣା ଥିବା ମାଓବାଦୀ ସଂଗଠନର ରାଜ୍‌ଯ ନେତା ଗଣେଶ ସମେତ ଛଅ ମାଓବାଦୀଙ୍କ ନିପାତ ଏହାର ପୁର୍ବସୂଚନା ବୋଲି କହିଛନ୍ତି। ସେ ଦେଇଥିବା ସୂଚନା ଅନୁଯାୟୀ ଏହି ଅପରେସନ ରେ ୨୦ ଟି ଏସ୍ ଓ ଜି, ୨ ସିଆରପିଏଫ୍ ଏବଂ ଗୋଟିଏ ବିଏସଏଫ ଟିମ୍ ସମେତ ସମୁଦାୟ ୨୩ ଟି ଟିମ୍ ପକ୍ଷରୁ ମିଳିତ ଭାବେ ଗତ ୨୨ ତାରିଖରେ ଚକାପାଦ ଏବଂ ଗଞ୍ଜାମ ଜିଲ୍ଲାର ରମ୍ଭା ଫରେଷ୍ଟ ରେଞ୍ଜ ଅଂଚଳରେ କୁମ୍ବିଂ ଅପରେସନରେ ଆରମ୍ଭ କରିଥିଲେ। ଏହି ଅବସରରେ ମାଓବାଦୀମାନଙ୍କ ସହିତ ବିଭିନ୍ନ ସ୍ଥାନରେ ଅନେକ ଥର ଗୁଳି ବିନିମୟ ହୋଇଥିଲା। ପରେ ସର୍ଚ୍ଚ ଅପରେଶନ ସମୟରେ ଜବାନମାନଙ୍କୁ ୪ ଜଣ ପୁରୁଷ ଓ ୨ ମହିଳା ମାଓବାଦୀଙ୍କ ମୃତ ଦେହ ମିଳିଥିଲା। ଏଥି ସହିତ ଘଟଣା ସ୍ଥଳରେ ବିଭିନ୍ନ ସ୍ଥାନରେ ୨ ଟି ଇନସାସ୍ ରାଇଫଲ, ଗୋଟିଏ ୩୦୩ ବନ୍ଧୁକ, ଗୋଟିଏ ଦେଶୀ ପିସ୍ତଲ, ଜୀବନ୍ତ ଗୁଳି ସହ ବିପୁଳ ପରିମାଣର ବିଷ୍ପୋରକ ସାମଗ୍ରୀ ତଥା ମାଓ ସାମଗ୍ରୀ ଜବତ ହୋଇଛି। ଅନ୍ୟ ମୃତ ମାଓବାଦୀଙ୍କ ମଧ୍ୟରେ ରଜନୀ, ଉମେଶ, ସୀମା ଯେଉଁ ମାନେ ପାର୍ଟି ମେମ୍ବର ଭାବରେ କାର୍ଯ୍ୟ କରୁଥିଲେ। ପ୍ରତ୍ୟେକଙ୍କ ପାଇଁ ଏକ ଲକ୍ଷ ୬୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ସେହି ଅଂଚଳରେ ୨୦ରୁ ୨୨ ମାଓବାଦୀଙ୍କ ଗତିବିଧି ଥିବା ନେଇ ପୋଲିସ ସୂଚନା ପାଇଛି ବୋଲି କହିଛନ୍ତି। ଏହି ଅପରେସନ ଆଗକୁ ଅଧିକ ଜୋରଦାର୍ ହେବ ବୋଲି କହିବା ସହ ମାଓବାଦୀ ମାନେ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତକୁ ଫେରି ସରକାରଙ୍କ ମାଓ ଥ ଥଇଥାନ ଯୋଜନାର ଲାଭ ଉଠାନ୍ତୁ ବୋଲି କହିଛନ୍ତି। ଏହି ଅବସରରେ ତାଙ୍କ ସହିତ, ଆଇ ଜି ଅପରେସନ୍ ଦୀପକ କୁମାର,ଆଇ ଜି ପି ସିଆରପିଏଫ୍ ଅନୀଲ ଚନ୍ଦ୍ରକାନ୍ତ,ସ୍ୱତନ୍ତ୍ର ଗୁଇନ୍ଦା ବିଭାଗ ଆଇ ଜି ଅଖିଳେଶ ସିଂ, କନ୍ଧମାଳ ଆରକ୍ଷୀ ଅଧିକ୍ଷକ ହରିଶ ବିଶି, ରାୟଗଡା ଏସପି ସ୍ୱାତୀ ଏସ୍ କୁମାର, କନ୍ଧମାଳ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରମେନ୍ଦ୍ର ପ୍ରସାଦ, ବାଲିଗୁଡା ଏସଡିପିଓ ଶୁଭମ ଭୋସଲେ ଏବଂ କନ୍ଧମାଳର ଜିଲ୍ଲା ସ୍ତରୀୟ ସମସ୍ତ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande