ଜମିର ବର୍ଦ୍ଧିତ ମୂଲ୍ୟର ସମୀକ୍ଷା ବୈଠକ
କେନ୍ଦ୍ରାପଡା, ୨୬ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲାରେ ଜମିର ବର୍ଦ୍ଧିତ ମୂଲ୍ୟ ପାଇଁ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ରଘୁରାମ୍ ଆର୍‌.ଆଇ.ଆର୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କମିଟିର ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁ
ଜମିର ବର୍ଦ୍ଧିତ ମୂଲ୍ୟର ସମୀକ୍ଷା ବୈଠକ


କେନ୍ଦ୍ରାପଡା, ୨୬ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲାରେ ଜମିର ବର୍ଦ୍ଧିତ ମୂଲ୍ୟ ପାଇଁ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ରଘୁରାମ୍ ଆର୍‌.ଆଇ.ଆର୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କମିଟିର ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲା ସବ୍ ରେଜିଷ୍ଟାର ବିଦ୍ୟାଦର୍ଶନୀ ସାହୁଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ସୁପର ଭାଇଜର ପ୍ରମୁଖ ଉପସ୍ଥିତ ରହି ପ୍ରତ୍ୟେକ ଦୁଇବର୍ଷରେ ବର୍ଦ୍ଧିତ ମୂଲ୍ୟ ପାଇଁ ଏହି କମିଟି ବସି ଜିଲ୍ଲାର ସମସ୍ତ ଅଂଚଳରେ ଥିବା ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ଗ୍ରାମ ସଡକ ଓ ମୂଲ୍ୟବାନ ସ୍ଥାନ ସହିତ ସମସ୍ତ ପ୍ଲଟର ଜମିର ମୂଲ୍ୟ ସମୀକ୍ଷା କରାଯାଇ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଏହାଦ୍ୱାରା ଜିଲ୍ଲାରେ ରାଜସ୍ୱ ବଢିବା ସହିତ ବ୍ୟାଙ୍କ ଗୁଡିକ ଋଣ ପ୍ରଦାନ ସମୟରେ ବନ୍ଧକ ରଖୁଥିବା ଜମି ବର୍ଦ୍ଧିତ ମୂଲ୍ୟରେ ରେଜେଷ୍ଟ୍ରି କରିବ । ଏହି ବର୍ଦ୍ଧିତ ମୂଲ୍ୟ ଆସନ୍ତା ଏପ୍ରିଲ୍ ୧ ୨୦୨୬ ତାରିଖ ଠାରୁ ଲାଗୁ ହେବ ବୋଲି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande