
ଭଦ୍ରକ, ୨୬ ଡିସେମ୍ବର (ହି.ସ.) - କଇଥଖୋଲା ଠାରେ ଥିବା ସରସ୍ୱତୀ ଶିଶୁ ମନ୍ଦିରର ୧୯ତମ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବ ଉପଲକ୍ଷେ ହୋଇଥିବା ସଭାରେ ସମାଜସେବୀ ତଥା ସରସ୍ୱତୀ ଶିଶୁ ମନ୍ଦିରର ସଭାପତି ନରହରି ମଲିକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଚାନ୍ଦବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜିବ କୁମାର ମହାପାତ୍ର, ମୁଖ୍ୟ ବକ୍ତା ଭାବେ ଚାନ୍ଦବାଲି ବାର ଆସୋସିଏସନର ସଭାପତି ତଥା ସମାଜସେବୀ ଉପେନ୍ଦ୍ର ରାଉଳ, ସମ୍ମାନୀତ ଅତିଥି ଭାବେ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରେବତୀକାନ୍ତ ବେହେରା, ବାସୁଦେବପୁର ବ୍ଲକର ପୂର୍ବତନ ସହକାରୀ ବ୍ଲକ ଶିକ୍ଷାଧିକାରୀ କାଳିପଦ ପ୍ରଧାନ, ପ୍ରମୁଖ ମଂଚାସୀନ ଥିଲେ। ସରସ୍ୱତୀ ଶିଶୁ ମନ୍ଦିରର ସଂପାଦକ ଅଶୋକ କୁମାର ପଣ୍ଡିତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଗୁରୁମା କୁହେଳିକା ପାତ୍ର ବାର୍ଷିକ ବିବରଣୀ ପାଠ ଏବଂ ବିଦ୍ୟାଳୟର ଆଚାର୍ଯ୍ୟ ସୁକୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।ଶିଶୁ ମନ୍ଦିର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟମାନ ଅନୁଷ୍ଠିତ ହୋଇଥିବା ବେଳେ ଏହି ବିଦ୍ୟାଳୟର ବିଭିନ୍ନ କ୍ରୀଡାରେ ଅଂଶ ଗ୍ରହଣ କରି କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହ ସେମାନଙ୍କ ର ଉଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା। ମୁଖ୍ୟ ଅତିଥି ଏବଂ ମୁଖ୍ୟ ବକ୍ତା ନିଜ ବକ୍ତବ୍ୟରେ ସୁମଣିଷ ହେବା ସହ ସୁଚରିତ୍ର ଏବଂ ସଂସ୍କାରିତ ହେବା ପାଇଁ ଉପଦେଶ ଦେଇଥିଲେ।ହୋଇଥିବା ଏହି ଉତ୍ସବରେ ବିଦ୍ୟାଳୟ ଗୁରୁଜୀ ସୁକୁମାର ସେଠୀ, ଝାନ୍ସୀ ଗିରି, ପୁଷ୍ପଲତା ଗୋଚ୍ଚାୟତ, ସଙ୍ଗୀତା ବେହେରା, ନିର୍ମଳା ପରିଡା, ସସ୍ମିତା ମାଇତି, ଅନିତା ସ, ତୁଳସୀ ଘଡେଇ ଙ୍କ ସମେତ ସମସ୍ତ ଗୁରୁଜୀ ଏବଂ ଗୁରୁମା ଉପସ୍ଥିତ ରହିବା ସହ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ଏବଂ ସଂଯୋଜନା କରିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ