
ଜୟପୁର, ୨୬ ଡିସେମ୍ବର(ହି.ସ.) – ଜୟପୁର ସଦରଥାନା ଅନ୍ତର୍ଗତ ସଲପା ଗ୍ରାମରେ ମାରପିଟକୁ ନେଇ ସଦରଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ସୂଚନା ଅନୁଯାୟୀ ମଦନ ହରିଜନ ଗତକାଲି ସନ୍ଧ୍ୟା ୭ଟାରୁ ୮ଟା ସମୟ ମଧ୍ୟରେ ସଲପା ଗ୍ରାମର ଚର୍ଚ୍ଚ ନିକଟରେ ପ୍ରୋଗାମ ଚାଲୁଥିବା ସମୟରେ ଦୁଇଜଣ ଦୁର୍ବୁତ ବିଜୟ ଓ ଖାରୁଆ ଆସି ମଦନ ହରିଜନକୁ ଖଣ୍ଡା, ଧାରୁଆ ଅସ୍ତ୍ରରେ ମାଡ ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଘଟଣା ସ୍ଥଳରେ ମଦନ ଅଚେତ ହୋଇ ଟଳିପଡିବା ପରେ ତାକୁ ଗ୍ରାମବାସୀ ମାନେ ଜୟପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରିଥିଲେ। ଏନେଇ ମଦନର ଭାଇ ଅଗାଧୁ ସଦରଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାରେ ତଦନ୍ତ ଆରମ୍ଭ କରିଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି