
ଭୁବନେଶ୍ୱର, 26 ଡିସେମ୍ବର (ହି.ସ) ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତ୍ରୀ ଏବଂ ଜାଜପୁର ଜିଲ୍ଲାର କୋରେଇ ବିଧାନସଭା କ୍ଷେତ୍ରର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ଶୁକ୍ରବାର ଭୁବନେଶ୍ୱରସ୍ଥ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ଗତ କିଛି ମାସ ଧରି ସେ ଅସୁସ୍ଥ ଥିଲେ ଏବଂ ତାଙ୍କର ଚିକିତ୍ସା ଚାଲୁଥିଲା ବୋଲି ପାରିବାରିକ ସୂତ୍ରରୁ ପ୍ରକାଶ।
ସଞ୍ଚିତା ମହାନ୍ତିଙ୍କ ଜାଜପୁର ଜିଲ୍ଲାର ରାଜନୀତିରେ ଦୀର୍ଘ ସମୟ ଧରି ସକ୍ରିୟ ଥିଲେ । ସେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ କୋରେଇ ବିଧାନସଭା କ୍ଷେତ୍ରର ପ୍ରତିନିଧିତ୍ୱ କରିଥିଲେ।
ଦୀର୍ଘ ଦିନ ଧରି ସଞ୍ଚିତା ମହାନ୍ତି ସଂଗଠନାତ୍ମକ କାର୍ଯ୍ୟରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଯାଜପୁର ଜିଲ୍ଲାରେ ବିଶେଷକରି ପାର୍ଟିର ପ୍ରାରମ୍ଭିକ ବିସ୍ତାର ପର୍ଯ୍ୟାୟରେ, ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା। ଏହା ପରେ ମଧ୍ୟ ସେ ନିୟମିତ ଭାବେ ପାର୍ଟି କାର୍ଯ୍ୟକଳାପରେ ସାମିଲ ହେଉଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ