
କୋରେଇ,୨୬ ଡ଼ିସେମ୍ବର (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ପାଣିକୋଇଲି ଅମୃତିଆ ରାସ୍ତାର ବିଦ୍ୟା କଲେଜ ନିକଟରେ ଆଜି ମଧ୍ୟାନ୍ନ ସମୟରେ ଆଇଚର ଧକ୍କାରେ ସେହି ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନର ଦ୍ୱିତୀୟ ବର୍ଷର ଛାତ୍ରର ମୃତ୍ୟୁ ଘଟିଛି । ପ୍ରକାଶଯେ ପାଣିକୋଇଲି ଥାନା ଅନ୍ତର୍ଗତ ଗୋଳେଇପୁର ପଂଚାୟତ ମିର୍ଜ୍ଜପାୁର ଗ୍ରାମର ପ୍ରହଲ୍ଲଦ ପଣ୍ଡାଙ୍କ ପୁଅ ଆଶୁତୋଷ ପଣ୍ଡା (୧୭) ବିଦ୍ୟା କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର ଅଟେ । ଆଜି କଲେଜରୁ ଏକ ୟୁନିକର୍ଣ୍ଣ ବାଇକ (ଓଡି୦୪ଏକ୍ସ ୨୪୮୮) ଯୋଗେ କ୍ଲାସ ସାରି ଘରକୁ ଫେରୁଥିବା ବେଳେ ପାଣିକୋଇଲି ପଟୁ ଯାଉଥିବା ଏକ ଆଇଚର(ଡବ୍ଲୁବି ୫୭ଏଫ ୩୫୭୫) ତାଙ୍କୁ ଧକ୍କା ଦେଇ ପଳାଇଥିଲା । ଦୁର୍ଘଟଣା ଘଟାଇ ଆଇଚରଟି ସ୍ଥାନ ଛାଡି ଚମ୍ପଟ ମାରି ପଳାଇଥିଲା । ଖବର ପାଇପାଣିକୋଇଲି ପୁଲିସ ଘଟଣାସ୍ଥଳେ ପହଂଚି ତାକୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକତ୍ସାଳୟକୁ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗ୍ରାମବାସୀଙ୍କ ଠାରୁ ଖବର ପାଇ ସଠିପୁର ଛକ ନିକଟରେ ଦୁର୍ଘଟଣା ଘଟାଇଥିବା ଆଇଚର ସହ ଚାଳକକୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ସଠିପୁରରେ ପହଂଚି ଆଇଚରକୁ ଜବତ କରିବା ସହ ଚାଳକୁ ଅଟକ ରଖି ତଦନ୍ତ ଜାରି ରଖିଛି । ଅପରପେକ୍ଷ ଏନେଇ ଅଭିଯୋଗ ପରେ ଏକ ମାମଲା ୪୧୦/୨୫ ରୁଜ୍ଜୁ କରାଯାଇ ତଦନ୍ତାଧିକାରୀ ସବଇନ୍ସପେକ୍ଟର ବିଶ୍ୱରଂଜନ ଦାସ ପଂଚନାମା କରି ଶବ ବ୍ୟବଚ୍ଛ୍ୟେଦ କରି ପରିବାରକୁ ହସ୍ଥାନ୍ତର କରିଛି ପୁଲିସ । ଆଶୁତୋଷର ମୃତ୍ୟୁ ଖବର କଲେଜ ଠାରୁ ଆରମ୍ଭ କରି ସ୍ଥାନୀୟ ଅଂଚଳରେ ଶୋକର ଚାୟା ଖେଳାଇଦେଇଛି । ଏକ ଶେକାକୂଳ ପରିବେଶରେ ଗାଁ ଶସ୍ମାନରେ ଶେଷକୃତ ସମ୍ପନ୍ନ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ