
କୋରେଇ,୨୬ ଡ଼ିସେମ୍ବର (ହି.ସ.)- ପାଣିକୋଇଲିସ୍ଥିତ ମା ତାରିଣୀ ଅଟୋ ମାଲିକ ସଂଘ ପକ୍ଷରୁ ଆଜି ଶେଷ ପରିଚୟ ବୃଦ୍ଧାଶ୍ରମରେ ପହଂଚିଥିଲା । ପୁରୁଣା ବର୍ଷକୁ ବିଦାୟ ସହ ନୂତନ ବର୍ଷକୁ କିଏ କେଉଁ ଢଂଗରେ ପାଳନ କାୁଥିବା ବେଳେ ଅଟୋମାଲିକ ସଂଘ ବୃଦ୍ଧାଶ୍ରମ ଯାଇଥିଲେ । ଅନ୍ତେବାସୀମାନେଙ୍କ ସହ ମିଶି ସେମାନଙ୍କ ସୁଖଦୁଖଃ ବୁଝିଥିଲେ । ପରେ ବୃଦ୍ଧାଶ୍ରମକୁ ରାସନ,ଓ ପନିପରିବା ଆଦି ଯୋଗାଇଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ