ଶରଧାପୁର କପ୍‌, ଫାଇନାଲରେ ଶରଧାପୁର ସ୍ପୋର୍ଟସ ଆସୋସିଏଶନ(ଏସଏସଏ)
ଖୋର୍ଦ୍ଧା, ୨୬ ଡିସେମ୍ବର (ହି.ସ.) - ଶରଧାପୁର ସ୍ପୋର୍ଟସ ଆସୋସିଏଶନ(ଏସଏସଏ) ଆନୁକୂଲ୍ୟରେ ଚାଲିଛି ୧୬ତମ ଶରଧାପୁର କପ୍ ଫୁଟବଲ ଟୁର୍ଣାମେଟ। ଶୁକ୍ରବାର ସ୍ଥାନୀୟ ଖେଳପଡିଆ ରେ ଆୟୋଜକ ଟିମ ଏବଂ ବାଇଗୁଣିଆ ଦଳ ଖଣ୍ଡପଡ଼ା ମଧ୍ୟରେ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥଲା । ଖେଳର ପ୍ରଥମାର୍ଦ୍ଧ ଖ
ଫୁଟବଲ୍


ଖୋର୍ଦ୍ଧା, ୨୬ ଡିସେମ୍ବର (ହି.ସ.) - ଶରଧାପୁର ସ୍ପୋର୍ଟସ ଆସୋସିଏଶନ(ଏସଏସଏ) ଆନୁକୂଲ୍ୟରେ ଚାଲିଛି ୧୬ତମ ଶରଧାପୁର କପ୍ ଫୁଟବଲ ଟୁର୍ଣାମେଟ। ଶୁକ୍ରବାର ସ୍ଥାନୀୟ ଖେଳପଡିଆ ରେ ଆୟୋଜକ ଟିମ ଏବଂ ବାଇଗୁଣିଆ ଦଳ ଖଣ୍ଡପଡ଼ା ମଧ୍ୟରେ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥଲା । ଖେଳର ପ୍ରଥମାର୍ଦ୍ଧ ଖେଳର ୨୦ତମ ମିନିଟରେ ଏସଏସଏର ସୋନୁ ପ୍ରଥମ ଗୋଲ ଦେଇଥିଲେ। ଦ୍ୱିତୀୟାଦ୍ଧରେ ଏସଏସଏର ସୋନୁ ଏବଂ ଲାଲା କ୍ରମାଗତ ୨ଟି ଗୋଲ ଦେଇ ଅଗ୍ରଣି ରହିବା ସହିତ । ଏସଏସଏ ଦଳ ୩-୦ରେ ବ୍ୟବଧାନରେ ଖଣ୍ଡପଡ଼ାର ବାଇଗୁଣିଆ ଦଳକୁ ହରାଇ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ଆଜିର ଏହି ମ୍ୟାଚକୁ ରେଫେରୀ ଶେଖାୱତ ଖାଁ ପରିଚାଳନା କରିଥୁବା ବେଳେ ତାଙ୍କୁ ଲାଇନରେ ସଗିର ଅହେମ୍ମଦ ଓ ଗିରିଶ ଚନ୍ଦ୍ର ଜାନି ତାଙ୍କୁ ଲାଇନରେ ସହାୟତା କରିଥିଲା ବେଳେ ଚତୁର୍ଥ ରେଫେରୀ ଭାବେ ମକବଲ୍ ଅହମ୍ମଦ କାର୍ଯ୍ୟ ତୁଲାଇଥିଲେ। ଆଜିର ମ୍ୟାଚରେ ଅତିଥି ଭାବେ ସଞ୍ଜୟ ହରିଚନ୍ଦନ , ମହମ୍ମଦ ଫକିରୁଦ୍ଦିନ, ମହମ୍ମଦ ଜମିଲୁର ରେହମାନ,ଲକ୍ଷ୍ମୀଧର ବଡଜେନା, ମୀନକେତନ ବଡ଼ଜେନା,ଜାପାନି ନାୟକ, ଅଲ୍ଲୀ ଅହେମ୍ମଡ,ବନମାଳୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତାକାଲି ରବିବାର ଦିନ ଫାଇନାଲ ମ୍ୟାଚ ଆୟୋଜକ ଶରଧାପୁର ସ୍ପୋର୍ଟସ ଆସୋସିଏଶନ (ଏସଏସଏ) ଏବଂ କେରଙ୍ଗ ଏକାଦଶ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଏସ.କେ.ହୁଦା ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande