
ଭୁବନେଶ୍ୱର, , ୨୬ ଡିସେମ୍ବର (ହି.ସ.) ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ବିୟୋଗରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଏକ ଶୋକବାର୍ତ୍ତାରେ ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟିକୁ ଲୋକପି୍ରୟ କରିବା ଦିଗରେ ସଞ୍ଚିତା ମହାନ୍ତିଙ୍କର ବିଶେଷ ଅବଦାନ ଥିଲା । ବିଧାୟକ ଭାବେ ନିର୍ବାଚନ ମଣ୍ଡଳୀର ଜନତାଙ୍କ କଲ୍ୟାଣ ତଥା ରାଜ୍ୟର ପ୍ରଗତି ନିମନ୍ତେ ତାଙ୍କର ପ୍ରୟାସ ତାଙ୍କୁ ରାଜ୍ୟର ଜଣେ ଆଗଧାଡ଼ିର ନେତାର ମାନ୍ୟତା ଦେଇଥିଲା । ଅନେକ ସେ୍ୱଚ୍ଛାସେବୀ ଅନୁଷ୍ଠାନ ସହ ସଂଶ୍ଚିଷ୍ଟ ରହି ସେ ସମାଜସେବୀରେ ନିଜକୁ ଉତ୍ସର୍ଗ କରିଥିଲେ । ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର କାର୍ଯ୍ୟରେ ସେ ବ୍ରତୀ ଥିଲେ । ତାଙ୍କ ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ।
ବାଚସ୍ପତି ଶ୍ରୀମତୀ ପାଢ଼ୀ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ