ସୁବର୍ଣ୍ଣ ଭାରତୀ ପରିବାର ପକ୍ଷରୁ ସେବା ସମ୍ମାନ ସମାରୋହ
ସୁବର୍ଣ୍ଣପୁର, ୨୬ ଡିସେମ୍ବର (ହି.ସ.)- ଆଜି ସୁବର୍ଣ୍ଣ ଭାରତୀ ପରିବାର ସୁବର୍ଣ୍ଣପୁର ପକ୍ଷରୁ ଆୟୋଜିତ ସେବା ସମ୍ମାନ ସମାରୋହ ୨୦୨୪, ୨୦୨୫ ଓ ୨୦୨୬ ପାଇଁ ବିଭିନ୍ନ କ୍ଷେତ୍ରରେ ସେବା ଓ ସମାଜର ହିତ ପାଇଁ କାର୍ଯ୍ଯ କରି ଆସୁଥିବା ୬୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା
*ସୁବର୍ଣ୍ଣ ଭାରତୀ ପରିବାର ପକ୍ଷରୁ ସେବା ସମ୍ମାନ ସମାରୋହ*-


*ସୁବର୍ଣ୍ଣ ଭାରତୀ ପରିବାର ପକ୍ଷରୁ ସେବା ସମ୍ମାନ ସମାରୋହ*-


*ସୁବର୍ଣ୍ଣ ଭାରତୀ ପରିବାର ପକ୍ଷରୁ ସେବା ସମ୍ମାନ ସମାରୋହ*-


*ସୁବର୍ଣ୍ଣ ଭାରତୀ ପରିବାର ପକ୍ଷରୁ ସେବା ସମ୍ମାନ ସମାରୋହ*-


ସୁବର୍ଣ୍ଣପୁର, ୨୬ ଡିସେମ୍ବର (ହି.ସ.)- ଆଜି ସୁବର୍ଣ୍ଣ ଭାରତୀ ପରିବାର ସୁବର୍ଣ୍ଣପୁର ପକ୍ଷରୁ ଆୟୋଜିତ ସେବା ସମ୍ମାନ ସମାରୋହ ୨୦୨୪, ୨୦୨୫ ଓ ୨୦୨୬ ପାଇଁ ବିଭିନ୍ନ କ୍ଷେତ୍ରରେ ସେବା ଓ ସମାଜର ହିତ ପାଇଁ କାର୍ଯ୍ଯ କରି ଆସୁଥିବା ୬୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଆଜିର ଏହି ଉତ୍ସବରେ ଏସପି ନାରାୟଣ ନାଏକ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବରେ ଉପ ଜିଲ୍ଲାପାଳ ସୌମ୍ୟା ରୂପା ରଥ, ଆରଏସଏସ ର ସହ ପ୍ରାନ୍ତ ପ୍ରଚାରକ ସୁରେନ୍ଦ୍ର ପଣ୍ଡା, କବି ଆର୍ତ୍ତତ୍ରାଣ ବାବୁ, ପ୍ରଧ୍ୟାପକ ଉମାକାନ୍ତ ନାଗ ଯୋଗ ଦେଈ ସୁବର୍ଣ୍ଣ ଭାରତୀ ପରିବାରର ସମ୍ମାନ ସମରୋହ ଅୟୋଜନକୁ ଭୂୟସୀ ପ୍ରଶଂସା କରିଥିଲେ l ଅନୁଷ୍ଠାନ ପକ୍ଷରୁ ସୁବର୍ଣ୍ଣପୁର ଏସପି ନାରାୟଣ ନାଏକଙ୍କୁ ଏବଂ ଭାରତ ବିକାଶ ପରିଷଦର ସୁନନ୍ଦା ସାହୁ ଓ ଉଦ୍ଘୋଷକ ଲକ୍ଷ୍ମୀ ନାରାୟଣ ସାହୁଙ୍କୁ ମୁତ୍ୟାଲ୍ଲୁ ଆମ୍ମା ସ୍ମୃତି ସମ୍ମାନରେ ସମ୍ବର୍ଧିତ କରାଯାଇଥିବା ବେଳେ ଶ୍ରୀ ଗୋପାଳ ଜୀ ବିଭୁ କୃପା ସମ୍ମାନରେ ସୋନପୁର ଉପ ଜିଲ୍ଲାପାଳ ଡଃ. ସୌମ୍ୟା ରୂପା ରଥଙ୍କୁ ସମ୍ବର୍ଧିତ କରାଯାଇଥିଲା l ସୁବର୍ଣ୍ଣ ଗୌରବ ମରୋଣତ୍ତର ସମ୍ମାନରେ ସ୍ଵର୍ଗତ ମୋହନ ମେହେର, ବି. ସୁଦାମ ପାତ୍ର ଓ ବାଣୀ ସେଟି ଶ୍ରୀ ହରି ପାତ୍ରଙ୍କ ସମ୍ମାନ ତାଙ୍କ ପରିବାରଙ୍କୁ ପ୍ରଦାନ କରାଯାଇଥିଲା l ସେହିପରି ସମ୍ବାଦଶ୍ରୀ ସମ୍ମାନରେ ସ୍ଵାଧୀନ ମେହେର, ନେତୃତ୍ଵ ଶ୍ରୀ ସମ୍ମାନରେ ମନୋରଞ୍ଜନ ତ୍ରୀପାଠୀ, ଶିକ୍ଷା ଶ୍ରୀ ସମ୍ମାନରେ ଦେବେନ୍ଦ୍ର ପଧାନ, ଗତି କୃଷ୍ଣ ମିଶ୍ର ଓ ସନ୍ତୋଷ ପୁଝାରୀ, ଧର୍ମ କଲ୍ୟାଣୀ ସମ୍ମାନରେ ନନ୍ଦିନୀ ଶତପଥି, ଯୋଗ ଶ୍ରୀ ସମ୍ମାନରେ ନ୍ୟୁନ ଚନ୍ଦ୍ର ପୁଝାରୀ, ସୁରେଶ ଚନ୍ଦ୍ର ବେହେରା, ସୁବର୍ଣ୍ଣ ଶ୍ରୀ ସମ୍ମାନରେ ପୌଲସ୍ତି ମେହେର, ସତ୍ୟ ନାରାୟଣ ସାହୁ ଓ ଜୟ ନାରାୟଣ ସା, ନାରୀ ଶକ୍ତି ସମ୍ମାନରେ ମଞ୍ଜୁଳା ମିଶ୍ର, ଏଡଭାଞ୍ଚର ବାଇକ୍ ରାଇଡର୍ ସମ୍ମାନରେ ମିଥୁନ ସାହୁ, ସଂସ୍କୃତି ସୁରକ୍ଷା ସମ୍ମାନରେ ବୈକୁଣ୍ଠ ଶତପଥୀ, ଘନଶ୍ୟାମ ଭ୍ୟାସ ଓ ପ୍ରସାଦୁ ପ୍ରଧାନ, ଆୟୁଶ୍ରୀ ସମ୍ମାନରେ ରଞ୍ଜନ କୁମାର ମିଶ୍ର, ସୁବର୍ଣ୍ଣ ଶ୍ରିମୟୀ ସମ୍ମାନରେ କେ. ବର୍ଷା, ଯୁବ ନେତୃତ୍ବ ସମ୍ମାନରେ ପୀୟୂଷ କୁମାର ପଣ୍ଡା, ସଙ୍ଗୀତ ଶ୍ରୀ ସମ୍ମାନରେ କୃଷ୍ଣ ଚନ୍ଦ୍ର ସିନ୍ଧରିଆ, ଗୀତିକାର ସମ୍ମାନରେ ଯୁଧିଷ୍ଠିର ବାରିକ, ସଦ ଭାବନା ସମ୍ମାନ ରେ ଏଡଭୋକେଟ ନରଦେବ ଭୋଇ, ନାଟ୍ୟଶ୍ରୀ ସମ୍ମାନରେ ଗିରିଜା ଶଙ୍କର ସାହୁ, ସୁରକ୍ଷା ସମ୍ମାନରେ ଏକ୍ସ ଆର୍ମି ସଂଘ କର୍ମକର୍ତ୍ତାଙ୍କୁ ଓ ଦେବ ଦମ୍ପତି ସମ୍ମାନରେ ଭଗବତୀ ରାୟଗୁରୁ, ପ୍ରତାପ କେଶରୀ ରାୟ ଗୁରୁ, ବୃନ୍ଦାବନ ରଥ ଜୟନ୍ତୀ ରଥ ଓ ଗୁଣ ନିଧୀ ପାତ୍ର ପ୍ରେମ ଶିଳା ପାତ୍ରଙ୍କ ସମେତ ସୋନପୁର ସହର ସମାଜର ୫୦ରୁ ଉର୍ଦ୍ଧ୍ବ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଏହି ସେବା ସମ୍ମାନ ସମାରୋହରେ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଧିତ କରାଯାଇଥିଲା l

ଦୟାନନ୍ଦ ପବ୍ଲିକ ସ୍କୁଲ ଓ ସୁବର୍ଣ୍ଣ ଭାରତୀ ପରିବାରର ସମସ୍ତ ସଦସ୍ୟ, ଟିଚର, କର୍ମଚାରୀ ଓ ଭାରତ ବିକାଶ ପରିଷଦର ସଭାପତି ଦୂର୍ଯୋଧନ ସାହୁ, ସଦସ୍ୟା ସୁନନ୍ଦା ସାହୁ, କବିତା ପଧାନ, ସୁଭାଷିନୀ ଷଡ଼ଙ୍ଗୀ ପ୍ରମୁଖ ସମସ୍ତ ସଦସ୍ୟ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ l ଶ୍ରୀମତୀ ସୁନନ୍ଦା ସାହୁ ଓ ଲକ୍ଷ୍ମୀ ନାରାୟଣ ସାହୁ ସଭା ସଂଯୋଜନା କରିଥିବା ବେଳେ ଦୁର୍ୟୋଧନ ସାହୁ, କବିତା ପଧାନ ଓ ସୁଭାଷିନୀ ଷଡ଼ଙ୍ଗୀ ଅତିଥି ସ୍ଵାଗତ କରିଥିଲେ l ସୁବର୍ଣ୍ଣ ଭାରତୀ ପରିବାର ପ୍ରମୁଖ ଶିବ ପ୍ରସାଦ ପାତ୍ରଙ୍କ ତତ୍ଵାବଧାନରେ ସମସ୍ତ କାର୍ଯ୍ଯକ୍ରମ ସମ୍ପାଦନ ହୋଇଥିଲା l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande