ବିଜେପି ପାଟଣେଶ୍ବରୀ ମଣ୍ଡଳ ତରଫରୁ ବୀର ବାଲ ଦିବସ ପାଳିତ
ବଲାଙ୍ଗିର, ୨୬ ଡିସେମ୍ବର (ହି.ସ.)- ବିଜେପି ପାଟଣେଶ୍ବରୀ ମଣ୍ଡଳ ତରଫରୁ ଆଜି ବୀର ବାଲ ଦିବସ ପାଳନ କରାଯାଇଥିଲା। ବଲାଙ୍ଗୀର ମୁନସିପାଲଟି ୮ ନମ୍ବର ୱାର୍ଡରେ ପୁଝାରୀ କୋଚିଙ୍ଗ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିଖ ଗୁରୁ ଗୋବିନ୍ଦ ସିଂ ଙ୍କ ଦୁଇ ଜଣ ବାଳକ ପୁତ୍ରଙ୍କ ବଳିଦାନକୁ ନେ
ବିଜେପି ପାଟଣେଶ୍ବରୀ ମଣ୍ଡଳ ତରଫରୁ  ବୀର ବାଲ ଦିବସ ପାଳିତ


ବଲାଙ୍ଗିର, ୨୬ ଡିସେମ୍ବର (ହି.ସ.)- ବିଜେପି ପାଟଣେଶ୍ବରୀ ମଣ୍ଡଳ ତରଫରୁ ଆଜି ବୀର ବାଲ ଦିବସ ପାଳନ କରାଯାଇଥିଲା।

ବଲାଙ୍ଗୀର ମୁନସିପାଲଟି ୮ ନମ୍ବର ୱାର୍ଡରେ ପୁଝାରୀ କୋଚିଙ୍ଗ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିଖ ଗୁରୁ ଗୋବିନ୍ଦ ସିଂ ଙ୍କ ଦୁଇ ଜଣ ବାଳକ ପୁତ୍ରଙ୍କ ବଳିଦାନକୁ ନେଇ ଡିସେମ୍ବର ୨୬ ତାରିଖରେ ବୀର ବାଲ ଦିବସ ପାଳନ କରାଯାଇଥାଏ। ଏହି କାର୍ଯ୍ୟକ୍ରମ ବିଜେପି ନଗର ପାଟଣେଶ୍ବରୀ ମଣ୍ଡଳ ସଭାପତି ପାର୍ଥ କର୍ଣ୍ଣଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା। ସଂଯୋଜନା କରିଥିଲେ ଜିଲ୍ଲା ବିଜେପି ସେକ୍ରେଟାରୀ ସରିତା ଯୋଶୀ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଧାନସଭା ବିଧାୟକ ପ୍ରାର୍ଥୀ ଗୋପାଳଜି ପାଣିଗ୍ରାହୀ ଯୋଗ ଦେଇଥିଲେ। ଅତିଥି ଭାବେ ବରିଷ୍ଠ ବିଜେପି ନେତ୍ରୀ ପଂକଜିନୀ ପଣ୍ଡା, ଆରତୀ ଗୁରୁ, ଅର୍ଚ୍ଚନା ପାତ୍ର, ସସ୍ମିତା ବେହେରା, ବନଶ୍ରୀ ଆଚାର୍ଯ୍ୟ, ମୁଖ୍ୟବକ୍ତା ସଞ୍ଜୟ ପାଣିଗ୍ରାହୀ, ପାଟେଣୀଶ୍ବରୀ ମଣ୍ଡଳ ସଭାପତି ପାର୍ଥ କର୍ଣ୍ଣ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande