ୱାସିଡିଏ ପକ୍ଷରୁ “ଯତ୍ନଦାତା ମାନଙ୍କର ଉତ୍ସବ -୨୦୨୫ ଅନୁଷ୍ଠିତ
ବଲାଙ୍ଗିର, ୨୬ ଡିସେମ୍ବର (ହି.ସ.)- ଅଭିଭାବକ ବିହୀନ ଓ ସଂବେଦନଶୀଳ ଶିଶୁମାନଙ୍କ ଜୀବନରେ ସ୍ନେହ, ସୁରକ୍ଷା ଓ ଭରସାର ଆଧାର ସାଜିଥିବା ଯତ୍ନଦାତା ମାନଙ୍କର ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ୟୁଥ୍ କାଉନସିଲ ଫର୍ ଡେଭଲପମେଣ୍ଟ ଏଜେନ୍ସୀ ପକ୍ଷରୁ ଯତ୍ନଦାତାମାନଙ୍କର ଉତ୍ସବ ବଲାଙ୍ଗିର ସ୍
ୱା ସି ଡି ଏ ପକ୍ଷରୁ “ଯତ୍ନଦାତା ମାନଙ୍କର ଉତ୍ସବ -୨୦୨୫ ଅନୁଷ୍ଟିତ।


ୱା ସି ଡି ଏ ପକ୍ଷରୁ “ଯତ୍ନଦାତା ମାନଙ୍କର ଉତ୍ସବ -୨୦୨୫ ଅନୁଷ୍ଟିତ।


ୱା ସି ଡି ଏ ପକ୍ଷରୁ “ଯତ୍ନଦାତା ମାନଙ୍କର ଉତ୍ସବ -୨୦୨୫ ଅନୁଷ୍ଟିତ।


ବଲାଙ୍ଗିର, ୨୬ ଡିସେମ୍ବର (ହି.ସ.)- ଅଭିଭାବକ ବିହୀନ ଓ ସଂବେଦନଶୀଳ ଶିଶୁମାନଙ୍କ ଜୀବନରେ ସ୍ନେହ, ସୁରକ୍ଷା ଓ ଭରସାର ଆଧାର ସାଜିଥିବା ଯତ୍ନଦାତା ମାନଙ୍କର ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ୟୁଥ୍ କାଉନସିଲ ଫର୍ ଡେଭଲପମେଣ୍ଟ ଏଜେନ୍ସୀ ପକ୍ଷରୁ ଯତ୍ନଦାତାମାନଙ୍କର ଉତ୍ସବ ବଲାଙ୍ଗିର ସ୍ଥିତ ହୋଟେଲ ଫ୍ୟୁଜନ ଠାରେ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଆୟୋଜିତ ହୋଇଅଛି । ଏହି ଉତ୍ସବରେ ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାରୁ ପ୍ରାୟ ୧୫୦ ଜଣ ଯତ୍ନଦାତା ଅଂଶଗ୍ରହଣ କରିଥିଲେ। ସେମାନଙ୍କ ସହିତ କିନ୍‌ଶିପ କେୟାର, ଫୋଷ୍ଟର କେୟାର, ସ୍ପନସରଶିପ ଓ ଅନ୍ୟାନ୍ୟ ପରିବାର ଆଧାରିତ ଯତ୍ନ ବ୍ୟବସ୍ଥାରେ ଥିବା ଶିଶୁମାନେ ମଧ୍ୟ ଏହି ଉତ୍ସବରେ ସକ୍ରିୟ ଭାଗ ନେଇଥିଲେ I ଯତ୍ନଦାତା ଓ ଶିଶୁମାନଙ୍କୁ ଏକ ସାଧାରଣ ମଞ୍ଚରେ ଆଣିବା ମାଧ୍ୟମରେ, ପରିବାର ଆଧାରିତ ଯତ୍ନର ଗୁରୁତ୍ବକୁ ଉଜାଗର କରାଯାଇଅଛି ।

ଯତ୍ନଦାତା ମାନଙ୍କୁ ସମ୍ମାନ ଓ ସ୍ବୀକୃତି ଦେବା ସହିତ ସେମାନଙ୍କୁ ଭଲ ଅଭିଭାବକତ୍ଵ, ଶିଶୁ ସୁରକ୍ଷା, ଓ ବିକଳ୍ପ ଯତ୍ନ ବ୍ୟବସ୍ଥା ସମ୍ପର୍କରେ ଅଧ‌ିକ ସଚେତନ କରିବା କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା । ଏହି ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ସମୟରେ ବିଭିନ୍ନ ଥିମ୍ ଭିତିକ ଓ ଶିକ୍ଷାମୂଳକ କାର୍ଯ୍ୟକଳାପ ଆୟୋଜିତ ହୋଇଥିଲା । ଲଣ୍ଠି ସର୍କଲ ମାଧ୍ୟମରେ ଶିଶୁମାନେ ଜୀବନ କୌଶଳ ଦକ୍ଷତା, ଆତ୍ମବିଶ୍ବାସ ବୃଦ୍ଧି, ନିଜ ଭାବନା ପ୍ରକାଶ, ନେତୃତ୍ଵ ଦକ୍ଷତା ଓ ଭବିଷ୍ୟତର କ୍ୟାରିୟର ଗଠନ ସମ୍ପର୍କରେ ନୂତନ ଧାରଣା ଶିଖୁଥିଲେ I ଏହି ସେସନଗୁଡ଼ିକ ଶିଶୁମାନଙ୍କ ପାଇଁ ଏକ ସୁରକ୍ଷିତ, ଆନନ୍ଦମୟ ଓ ଉତ୍ସାହଜନକ ଅନୁଭବ ଥିଲା ।

ଏହାସହିତ ଫୋଷ୍ଟର କେୟାର ପାଇଁ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଠାରେ ଫୋଷ୍ଟର ଅଭିଭାବକମାନେ ଭଲ ଅଭିଭାବକତ୍ଵ ଦକ୍ଷତା, ଶିଶୁଙ୍କ ମନୋସାମାଜିକ ଆବଶ୍ୟକ‌ତା, ବିଭିନ୍ନ ବିକଳ୍ପ ଯତ୍ନ ବ୍ୟବସ୍ଥା ଓ ନିଜ ଦାୟିତ୍ଵ ସମ୍ପର୍କରେ ଅବଗତ ହୋଇଥିଲେ | ଅନ୍ୟ ଏକ କୋଣରେ କିନ୍‌ଶିପ କେୟାର ଓ ଅନ୍ୟାନ୍ୟ ପରିବାର ଆଧାରିତ ଯତ୍ନ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା, ଯେଉଁଠାରେ ଅଭିଭାବକମାନେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଜିଲ୍ଲା ପ୍ରଶାସନ ଓ ସମୁଦାୟର କର୍ତବ୍ୟ ଓ ଭୂମିକା ସମ୍ପର୍କରେ ଜାଣିଥିଲେ।

ପ୍ରଖ୍ୟାତ ସାହିତ୍ୟିକ, ପ୍ରଫେସର ଏବଂ ସମାଜସେବୀ ତଥା ଓଡ଼ିଆ ସାହିତ୍ୟରେ ବଳିଷ୍ଠ ଅବଦାନ ପାଇଁ ଓଡିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାହିତ୍ୟ ପୁରସ୍କାର ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ଇଂରାଜୀ ପ୍ରଫେସର ମଧୁସୂଦନ ପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ସରସ୍ଵତୀ ନନ୍ଦ, ସିଡି ର ନିର୍ଦ୍ଦେଶକ ଅଭିରାମ ପାଣିଗ୍ରାହୀ ଯୋଗଦାନ କରିଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ୱା ସି ଡି ଏ ର ସଚିବ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ମେହେରଙ୍କ ନେତୃତ୍ୱରେ ସଫଳତାର ସହିତ ପରିଚାଳିତ ହୋଇଥିଲା ୱା ସି ଡି ଏ ର ପ୍ରୋଗ୍ରାମ ଡାଇରେକ୍ଟର ଅରୁଣ ପ୍ରଧାନ, ସିନିଅର ପ୍ରୋଗ୍ରାମ ମ୍ୟାନେଜର ଶୁକ୍ରତା ଜେନା, ପ୍ରୋଗ୍ରାମ ମ୍ୟାନେଜର ଜ୍ୟୋତି କୁମାର ରଥ, ଗଣେଶ କୁମାର ସାହୁ ଓ ଅନ୍ୟାନ୍ୟ କର୍ମକର୍ତାଙ୍କ ସହଯୋଗରେ ଉତ୍ସବଟି ସଫଳ ହୋଇଥିଲା । ପରିଶେଷରେ ୱା ସି ଡି ଏ ର ସୁଭ୍ରତା ଜେନା ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande