'ବୀର ବାଲ୍ ଦିବସ'ରେ ସାହିବଜାଦାଙ୍କ ପୁଣ୍ୟ ବଳିଦାନକୁ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 26 ଡିସେମ୍ବର (ହି.ସ.)- ''ବୀର ବାଲ୍ ଦିବସ''ରେ ସାହିବଜାଦାଙ୍କ ପୁଣ୍ୟ ବଳିଦାନକୁ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ର, ଧର୍ମ ଏବଂ ସନାତନ ସଂସ୍କୃତିର ରକ୍ଷା ନି
ବୀର ବାଲ୍ ଦିବସ


ଭୁବନେଶ୍ୱର, 26 ଡିସେମ୍ବର (ହି.ସ.)- 'ବୀର ବାଲ୍ ଦିବସ'ରେ ସାହିବଜାଦାଙ୍କ

ପୁଣ୍ୟ ବଳିଦାନକୁ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ

ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ର, ଧର୍ମ

ଏବଂ ସନାତନ ସଂସ୍କୃତିର ରକ୍ଷା ନିମନ୍ତେ ସର୍ବୋଚ୍ଚ ବଳିଦାନ ଦେଇଥିବା ଗୁରୁ ଶ୍ରୀ ଗୋବିନ୍ଦ

ସିଂହ ଜୀଙ୍କ ଚାରି ସାହିବଜାଦାଙ୍କ ପୁଣ୍ୟ ବଳିଦାନ ଦିବସ 'ବୀର ବାଲ୍ ଦିବସ' ଅବସରରେ ସେମାନଙ୍କୁ କୋଟି

କୋଟି ପ୍ରଣାମ।

ମୁଖ୍ୟମନ୍ତ୍ରୀ କହିଛନ୍ତି

ଯେ, ସେମାନଙ୍କ ଅଦମ୍ୟ ସାହସ ଏବଂ ବୀରତ୍ୱର ଅମର ଗାଥା ଯୁଗ ଯୁଗ ଧରି ସମସ୍ତଙ୍କୁ ଦେଶଭକ୍ତି, ଧର୍ମନିଷ୍ଠା ଏବଂ କର୍ତ୍ତବ୍ୟନିଷ୍ଠ ଜୀବନ ପାଇଁ ପଥ ପ୍ରଦର୍ଶନ

କରୁଥିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande