
ଭୁବନେଶ୍ୱର, 26 ଡିସେମ୍ବର (ହି.ସ.)- ଭିଜିଲାନ୍ସ ଜାଲରେ ଫରେଷ୍ଟର ନିରଂଜନ ଶତପଥୀ । ଆୟ
ବହିର୍ଭୁତ ସଂପତି ଠୁଳ କରିବା ଅଭିଯୋଗରେ କୋରାପୁଟ ଫରେଷ୍ଟ ଡିଭିଜନର ଫରେଷ୍ଟର ଶ୍ରୀ ନିରଂଜନ
ଶତପଥୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ
ଦ୍ୱାରା ଜାରି ୱାରେଂଟ ବଳରେ ଓଡିଶା ଭିଜିଲାନ୍ସ ପକ୍ଷରୁ କରାଯାଉଥିବା ଏହି ଚଢାଉରେ 6ଜଣ
ଡିଏସପି, 7 ଇନସପେକ୍ଟର ଓ ଅନ୍ୟ ଷ୍ଟାଫ ସାମିଲ ହୋଇଛନ୍ତି । ଭୁବନେଶ୍ୱର, ଜଗତସିଂହପୁର ଓ କୋରାପୁଟ ଜିଲ୍ଲାର 5ଟି ସ୍ଥାନରେ ଏହି ଚଢାଉ
କରାଯାଇଛି ।
ଭୁବନେଶ୍ୱରର ଝାରପଡାରେ ଥିବା ଏକମହଲା ବିଲ୍ଡିଂ, ଝାରପଡାରେ ଥିବା ଆଉ
ଏକ ବିଲ୍ଡିଂ, ଜଗତସିଂହପୁରର ମୁକୁନ୍ଦପୁରରେ ଥିବା ତାଙ୍କ ପୈତୃକ ଘର, କୋରାପୁଟ ସେମିଲଗୁଡାରେ
ଥିବା ସରକାରୀ କ୍ୱାର୍ଟ, ଓ କୋରାପୁଟର ସେମିଳିଗୁଡାରେ ଥିବା କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ
କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା