ଭିଜିଲାନ୍ସ ଜାଲରେ ମାଲକାନଗିରି ବ୍ଲକର ଜେଇ ନିହାର ରଂଜନ ସରକାର
ଭୁବନେଶ୍ୱର, 26 ଡିସେମ୍ବର (ହି.ସ.)- ଭିଜିଲାନ୍ସ ଜାଲରେ ମାଲକାନଗିରି ବ୍ଲକର ଜେଇ ନିହାର ରଂଜନ ସରକାର । ଆୟ ବହିର୍ଭୁତ ସଂପତି ଠୁଳ କରିବା ଅଭିଯୋଗରେ ମାଲକାନଗିରି ବ୍ଲକର କନିଷ୍ଠ ଯନ୍ତ୍ରୀ ନିହାର ରଂଜନ ସରକାରଙ୍କ ଠିକଣାରେ ରେଡ୍ କରିଛି ଭିଜିଲାନ୍ସ । ଜୟପୁର ଭିଜିଲାନ୍ସ ସ୍ୱତନ
ନିହାର


ଭୁବନେଶ୍ୱର, 26 ଡିସେମ୍ବର (ହି.ସ.)- ଭିଜିଲାନ୍ସ ଜାଲରେ ମାଲକାନଗିରି ବ୍ଲକର ଜେଇ ନିହାର

ରଂଜନ ସରକାର । ଆୟ ବହିର୍ଭୁତ ସଂପତି ଠୁଳ କରିବା ଅଭିଯୋଗରେ ମାଲକାନଗିରି ବ୍ଲକର କନିଷ୍ଠ

ଯନ୍ତ୍ରୀ ନିହାର ରଂଜନ ସରକାରଙ୍କ ଠିକଣାରେ ରେଡ୍ କରିଛି ଭିଜିଲାନ୍ସ । ଜୟପୁର ଭିଜିଲାନ୍ସ ସ୍ୱତନ୍ତ୍ର

ବିଚାରପତିଙ୍କ ଦ୍ୱାରା ୱାରେଂଟ ବଳରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କରାଯାଉଥିବା ଏହି ରେଡରେ 4ଜଣ

ଡିଏସପି, 7 ଇନସପେକ୍ଟର ଓ ଅନ୍ୟ ଷ୍ଟାଫ ସାମିଲ ହୋଇଛନ୍ତି । ମାଲକାନଗିରି ଓ ନବରଙ୍ଗପୁର

ଜିଲ୍ଲାର 4ଟି ସ୍ଥାନରେ ଏହି ଚଢାଉ କରାଯାଉଛି ।ମାଲକାନଗିରି ସହରରେ ତିନି ମହଲା ବାସଭବନ,

କାଲିମେଳା ସ୍ଥିତ ପୈତୃକ ଘର, ନବରଙ୍ଗପୁରର ରାଇଘରରେ ଥିବା ସଂପର୍କୀୟଙ୍କ ଘର ଓ ମାଲକାନଗିରି

ସ୍ଥିତ ବିଡିଓ ଅଫିସରେ ଥିବା ତାଙ୍କ କାର୍ଯ୍ୟାଳୟରେ ରେଡ୍ କରିଛି ଭିଜିଲାନ୍ସ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande