ଇତିହାସର ଭୁଲ୍ ସଂସ୍କରଣ ଭାରତ ଛାଡ ଆନ୍ଦୋଳନରେ ଇରମ ଓ ସହୀଦନଗର ରେ, ସହୀଦ ହୋଇଥିବା ବୀର ଓ ବୀରଙ୍ଗନା ମାନଙ୍କ ସ୍ମୃତି ପ୍ରତି ଘୋର ଅପମାନ - ବିକାଶ ନାଥ
ଭଦ୍ରକ, ୨୭ ଡିସେମ୍ବର (ହି.ସ.) -୨୦୧୩ ମସିହାରେ ଓଡିଶା ଗଣଶିକ୍ଷା ବିଭାଗ ଅଧିନରେ ଥିବା ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ଦଶମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିର ପୃଷ୍ଠା ସଂଖ୍ୟା- ୩୧ ର ପାରା- ୩ ଓ ପାରା-୫ ରେ ଭାରତଛାଡ ଆନ୍ଦୋଳନ ପରିପ୍ରେକ୍ଷୀରେ ଅବିଭକ୍ତ ବ
ITIHASH BHUL SANSKARAN


ଭଦ୍ରକ, ୨୭ ଡିସେମ୍ବର (ହି.ସ.) -୨୦୧୩ ମସିହାରେ ଓଡିଶା ଗଣଶିକ୍ଷା ବିଭାଗ ଅଧିନରେ ଥିବା ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ଦଶମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିର ପୃଷ୍ଠା ସଂଖ୍ୟା- ୩୧ ର ପାରା- ୩ ଓ ପାରା-୫ ରେ ଭାରତଛାଡ ଆନ୍ଦୋଳନ ପରିପ୍ରେକ୍ଷୀରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଓ ତଥା ବର୍ତମାନ ର ଭଦ୍ରକ ଜିଲ୍ଲାର ସହୀଦନଗର ଓ ଇରମରେ ସହୀଦ ହୋଇଥିବା ସହୀଦ ମାନଙ୍କ ସଂଖ୍ୟା, ଗୁଳିକାଣ୍ଡର ସ୍ଥାନ ଓ ତାରିଖ ସଂପର୍କରେ ସଂପୂର୍ଣ୍ଣ ଭୁଲ୍ ଲେଖାହୋଇଥିବାରୁ ଭାରତର ଛାତ୍ର ଫେଡେରେସନ(ଏସ୍‌ଏଫ୍‌ଆଇ) ର ପୂର୍ବତନ ରାଜ୍ୟ ସଭାପତି ତଥା ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ ତୀବ୍ର ନିନ୍ଦା କରିଛନ୍ତି ଓ ଏହି ଭୁଲ ତଥ୍ୟକୁ ଖୁବ୍ ଶୀଘ୍ର ପରିବର୍ତନ କରି ସଠିକ୍ ତଥ୍ୟ ପ୍ରକାଶିତ କରିବାକୁ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଓ ରାଜ୍ୟ ଗଣଶିକ୍ଷା ବିଭାଗକୁ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି । ପ୍ରକାଶ ଥାଉକି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ସାରା ଦେଶରେ ଭାରତ ଛାଡ ଆନ୍ଦୋଳନ ସଂଗଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ୧୯୪୨ ମସିହା ସେପ୍େଟମ୍ବର ୨୨ ତାରିଖରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲା ତଥା ବର୍ତମାନ ଭଦ୍ରକ ଜିଲ୍ଲାର ଲୁଣିଆଁ ଗାଁ କୁ ସଂଲଗ୍ନ ଚାନ୍ଦିଆପୋଶି ଠାରେ ବ୍ରିଟିଶ ଗୁଳିରେ ୯ ଜଣ ଆନ୍ଦୋଳନକାରୀ ସହୀଦ ହୋଇଥିଲେ। କିନ୍ତୁ ଦଶମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହି ରେ ୧୯୪୨ ମସିହା ସେପ୍େଟମ୍ବର ୨୧ ତାରିଖ ଶ୍ରୀଜଙ୍ଗ ଗାଁ ରେ ୧୦ ବା ୧୧ ଜଣ ବ୍ୟକ୍ତି ପୋଲିସ୍ ଗୁଳିରେ ପ୍ରାଣ ହରାଇଥିଲେ ବୋଲି ଭୁଲ୍ ତଥ୍ୟ ପ୍ରକାଶିତ ହୋଇଛି। ଏହି ବହିରେ ବ୍ରିଟିଶ ଗୁଳିକାଣ୍ଡ ର ସ୍ଥାନ, ତାରିଖ ଓ ସଂଖ୍ୟା ସଂପୂର୍ଣ୍ଣ ଭୁଲ୍ ଥିବାରୁ ଏହା ଭଦ୍ରକ ଜିଲ୍ଲାବାସୀ ଓ ଆମ ଭାରତବାସୀ ଙ୍କ ପ୍ରତି କୁଠାରଘାତ ଓ ସହୀଦ ମାନଙ୍କ ସ୍ମୃତି ପ୍ରତି ଉପହାସ ବୋଲି ସିପିଆଇ(ଏମ) ର ଯୁବନେତା ତଥା ଯୁବ ଆଇନଜୀବୀ ବିକାଶ ନାଥ ଗଣମାଧ୍ୟମ ଜରିଆରେ ପରିପ୍ରକାଶ କରିଛନ୍ତି। ସେହିଭଳି ୧୯୪୨ ମସିହା ସେପ୍େଟମ୍ବର ୨୮ ତାରିଖରେ ବିଦେଇପୁର ରୁ ଇରମ ୧୯ ବର୍ଗ ମାଇଲ୍ ସ୍ୱାଧୀନ ବାଞ୍ଛାନିଧି ଚକଡାରେ ଧାନ ଫସଲ ଓ ସାମୁଦ୍ରିକ ଲୁଣର କର ନଦେବା ପାଇଁ ସାଧାରଣ ଜନତା ଏକତ୍ରିତ ହୋଇ ଇରମ ମେଳନ ପଡିଆରେ ବୈଠକ କରୁଥିବା ବେଳେ ବାସୁଦେବପୁର ର ପାଢୀ ଜମିଦାର ର ଖବର କ୍ରମେ ତତ୍କାଳୀନ ପୋଲିସ ଅଫିସର କୁଞ୍ଜବିହାରୀ ଙ୍କ ସମେତ ବ୍ରିଟିଶ ପୋଲିସ୍ ସେଠାରେ ପହଂଚି ଅତି ନିଷ୍ଠୁର ଭାବେ ଗୁଳିଚାଳନା କରିଥିଲେ। ଏହି ରକ୍ତତୀର୍ଥ ଇରମରେ ମହିଳା ସହୀଦ ପରିବେୱା ଙ୍କ ସମେତ ମୋଟ ୨୯ ଜଣ ସହୀଦ ହୋଇଥିଲେ। ବର୍ତମାନ ମଧ୍ୟ କିଛି ପ୍ରତ୍ୟେକ୍ଷଦର୍ଶୀ ଇରମବାସୀ ଓ ସହୀଦନଗର ବାସୀ ବଂଚିରହିଛନ୍ତି, ଯେଉଁ ମାନଙ୍କ ପାଖରୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସଠିକ୍ ତଥ୍ୟ ସଂଗ୍ରହ କରିପାରିବେ। ଭାରତର ପୂରାତନ ରାଜଧାନୀ କୋଲକାତା ଠାରେ ପ୍ରତିଷ୍ଠିତ ନେସନାଲ୍ ଲାଇବ୍ରେରୀ ରେ ଏହି ଉଭୟ ଗୁଳିକାଣ୍ଡ ସଂପର୍କରେ ବ୍ରିଟିଶ ସରକାରଙ୍କ ତଥ୍ୟକୁ ଭାରତ ସରକାର ସାଇତି ରଖିଛନ୍ତି। କିନ୍ତୁ ଭୁଲ୍ ଭାବେ ଏହି ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ ଇରମରେ ୨୮ ଜଣ ସହୀଦ ହୋଇଛନ୍ତି ବୋଲି ପ୍ରକାଶିତ ହୋଇଛି। ଯାହା ଇରମର ରକ୍ତଭିଜା ମାଟି ପ୍ରତି ଘୋର ଅପମାନ ବୋଲି ଯୁବନେତା ବିକାଶ ନାଥ ପ୍ରକାଶ କରିଛନ୍ତି। ଦୀର୍ଘ ୧୨ ବର୍ଷ ଧରି ଏହି ଭୁଲ ତଥ୍ୟକୁ ଆମ ରାଜ୍ୟର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ପଢାଯାଇଥିବାରୁ ଓଡିଶାର ତତ୍କାଳୀନ ଗଣଶିକ୍ଷା ମନ୍ତ୍ରୀ ଗଣ, ଗଣଶିକ୍ଷା ସଚିବଗଣ, ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ର ତତ୍କାଳୀନ ଅଧ୍ୟକ୍ଷଗଣ ଓ ବର୍ତମାନର ଗଣଶିକ୍ଷା ମନ୍ତ୍ରୀ, ଗଣଶିକ୍ଷା ସଚିବ, ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଓ ସମ୍ମାନନୀୟ ମୁଖ୍ୟମନ୍ତ୍ରୀ ଏହି ଇଛାକୃତ ବା ଅନିଛାକୃତ ତୃଟି ପାଇଁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ ଶ୍ରୀ ନାଥ ଦାବିକରିଛନ୍ତି। ରାଜ୍ୟ ରାଜକୋଷରୁ ପ୍ରତ୍ୟେକ ମାସ କୋଟି କୋଟି ଟଙ୍କା ଦରମା ନେଉଥିବା ଓଡିଶାର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ଇତିହାସ ଶିକ୍ଷକ/ଶିକ୍ଷୟତ୍ରୀମାନେ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନର ଡିଣ୍ଡିମ ପିଟୁଥିବା ଓଡିଶାର ସମସ୍ତ ଘରୋଇ ଉଚ୍ଚ ବିଦ୍ୟାଳୟର ଇତିହାସ ଶିକ୍ଷକ/ଶିକ୍ଷୟତ୍ରୀ ମାନେ କାହିଁକି ରାଜ୍ୟ ସରକାର ଙ୍କ ଦୃଷ୍ଟିକୁ ଆଣିଲେ ନାହିଁ ବୋଲି ଯୁବନେତା ବିକାଶ ନାଥ ପ୍ରଶ୍ନ କରିଛନ୍ତି। ଏହି ତ୍ରୁଟିକୁ ୨୦୨୬ ମସିହା ଫେବୃଆରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଟ୍ରିକ ପରୀକ୍ଷା ପୂର୍ବରୁ ସଂଶୋଧନ ନକଲେ ଭଦ୍ରକ ଜିଲ୍ଲାରୁ ଛାତ୍ର ଆନ୍ଦୋଳନ ଓ ଗଣ ଆନ୍ଦୋଳନ ଆରମ୍ଭ ହୋଇ ସାରା ରାଜ୍ୟରେ ଏହି ଆନ୍ଦୋଳନ ତୀବ୍ର ହେବ ବୋଲି ଗଣମାଧ୍ୟମ ଜରିଆରେ ଶ୍ରୀ ନାଥ ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande