
କେନ୍ଦ୍ରାପଡ଼ା, ୨୭ ଡିସେମ୍ବର (ହି.ସ.)- ପିସିସି ସଭାପତି ଭକ୍ତ ଚରଣ ଦାସ ଓ ପିସିସି ମହିଳା ମୋର୍ଚ୍ଚାର ସଭାପତି ମିନାକ୍ଷୀ ବାହିନୀପତିଙ୍କୁ କେନ୍ଦ୍ରାପଡା ଯୁବ କଂଗ୍ରେସ ପକ୍ଷରୁ ଗରାପୁର ଡାକ ବଙ୍ଗଳା ଠାରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଦିଲ୍ଲୀପ କୁମାର ପ୍ରଧାନଙ୍କ ନେତୃତ୍ୱରେ ବହୁ ଛାତ୍ର କଂଗ୍ରେସ ନେତା ପୁଷ୍ପଗୁଚ୍ଛ, ଉତରୀୟ ଦେଇ ସମ୍ବର୍ଦ୍ଧିର୍ତ କରିଥିଲେ । ଯୁବ ଛାତ୍ର ନେତା ଦିଲିପ କୁମାର ପ୍ରଧାନ, ଭୁବନ ମୋହନ ଭୋଇ, ଭଗବାନ ଓଝା, ଅଖିଳ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସର ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ଏସି.ଏସଟି. ମୁଖ୍ୟ ହଳଧର ସେଠୀ, ଫକିର ଖଟୁଆ, ଭାଗିରଥୀ ଜେନା, ହୃଷୀକେଶ ନାଥ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଯୁବ କଂଗ୍ରେସର ଦିଲ୍ଲୀପ ପ୍ରଧାନ ଜିଲାରେ ଦଳକୁ ସୁଦୃଢ କରିବା ପାଇଁ ବିଭିନ୍ନ ପ୍ରସଙ୍ଗ ଉପରେ ସଭାପତିଙ୍କ ସହ ଆଲୋଚନା କରିଥିଲେ । ଶ୍ରୀ ଦାସ ଚାନ୍ଦବାଲିର ନାବାଳିକା ବଳାତ୍କାର ପୀଡିତାଙ୍କୁ ଭେଟିବାକୁ ଯିବା ଅବସରରେ ତାଙ୍କୁ ଏହି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ରବି