
ପାଟଣା, 28 ଡିସେମ୍ବର (ହି.ସ.)- ବିହାରରେ ଶନିବାର ବିଳମ୍ବିତରାତିରେ ହାୱଡ଼ା–ପାଟନା–ଦିଲ୍ଲୀ
ମୁଖ୍ୟ ରେଳ ଲାଇନର ସିମୁଲାତଳା ଷ୍ଟେସନ ନିକଟରେ ଏକ ମାଲଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଅନେକ
ଡବା ପୋଲ୍ରୁ ତଳକୁ ଖସି ବଡୁଆ ନଦୀରେ ପଡ଼ିଯାଇଛି ଏବଂ ପ୍ରାୟ ଏକ ଡଜନ ଡବା ପରସ୍ପର ଧକ୍କା
ଲାଗି ଡାଉନ୍ ପଟ୍ରୀରେ ଆସିପଡ଼ିଛି।
ଫଳରେ ରାତି 11:30 ଠାରୁ ଅପ୍ ଏବଂ ଡାଉନ୍ ଲାଇନରେ ଟ୍ରେନ ଚଳାଚଳ
ପ୍ରଭାବିତ ହୋଇଛି। ଅନେକ ଏକ୍ସପ୍ରେସ୍ ଟ୍ରେନ ଭିନ୍ନ-ଭିନ୍ନ ଷ୍ଟେସନରେ ଅଟକି ରହିଛି। ରାତିରେ
ଚାଲିବାକୁ ଥିବା ପ୍ରାୟ ଦୁଇ ଡଜନ ଏକ୍ସପ୍ରେସ୍ ଓ ପ୍ୟାସେଞ୍ଜର ଟ୍ରେନର ଚଳାଚଳ ବାଧାପ୍ରାପ୍ତ
ହେବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ମାଲଗାଡ଼ିଟି ଅପ୍ ଲାଇନରେ ଜସିଡିହ୍ରୁ ଝାଝା ଦିଗକୁ ଯାଉଥିଲା। ହଠାତ୍
ଟେଲୱା ବଜାର ହାଲ୍ଟ ନିକଟରେ ପୋଲ୍ ସଂଖ୍ୟା 676 ଠାରେ ସିମେଣ୍ଟ ଭରା ମାଲଗାଡ଼ି
ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସମସ୍ତ ଡବା ପୋଲ୍ର ନିକଟରେ ରହିଥିଲା ଏବଂ ଇଞ୍ଜିନ୍ ପ୍ରାୟ 400
ମିଟର ଆଗକୁ ଟେଲୱା ବଜାର ହାଲ୍ଟ ନିକଟରେ ଯାଇ ଅଟକିଯାଇଥିଲା।
ଗାଡ଼ିର ଚାଳକ ଓ ଗାର୍ଡ ତୁରନ୍ତ ଏହାର ସୂଚନା ସିମୁଲତଳା ଷ୍ଟେସନକୁ
ଦେଇଥିଲେ। ପ୍ରାୟ ଗୋଟାଏ ବେଳେ ସିମୁଲତଳା ଷ୍ଟେସନ ପ୍ରବନ୍ଧକ ଅଖିଲେଶ କୁମାର, ଆରପିଏଫ୍ ଓପି
ପ୍ରଭାରୀ ରବି କୁମାର ଓ ପିଡବ୍ଲ୍ୟୁଆଇ ରନ୍ଧୀର କୁମାର ଘଟଣାସ୍ଥଳରେ ପହଞ୍ଚିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା