
ଗୁଏଟମାଳା ସିଟି, 28 ଡିସେମ୍ବର (ହି.ସ.)- ଗୁଏଟମାଲାର ପଶ୍ଚିମ ଅଞ୍ଚଳର ଇଣ୍ଟର୍-ଆମେରିକାନ୍
ହାଇୱେରେ ଶନିବାର ଘଟିଥିବା ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣାରେ କମ୍ରେ କମ୍ 15 ଜଣଙ୍କର
ମୃତ୍ୟୁ ହୋଇଛି, ଏଥିରେ 19 ଜଣ ଅନ୍ୟ
ଲୋକ ଆହତ ହୋଇଛନ୍ତି। କର୍ତ୍ତୃପକ୍ଷଙ୍କ କହିବାନୁସାରେ, ଏକ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହାରାଇ ଗଭୀର ଖାଇକୁ
ପଡ଼ିପଡିଛି ।
ସ୍ଥାନୀୟ ଅଗ୍ନିଶମ ବିଭାଗର ପ୍ରବକ୍ତା ଲିଆଣ୍ଡ୍ରୋ ଆମାଡୋ କହିଛନ୍ତି
ଯେ, ମୃତକମାନଙ୍କ
ମଧ୍ୟରେ 11 ଜଣ ପୁରୁଷ, 3 ଜଣ ମହିଳା ଓ ଜଣେ ନାବାଳିକା ଅଛନ୍ତି। ଦୁର୍ଘଟଣା ପରେ ରିଲିଫ ଓ
ଉଦ୍ଧାର ଦଳ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି, ଯେଉଁଠାରେ
କେତେକଙ୍କର ଅବସ୍ଥା ଗୁରୁତର ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣା ସୋଲୋଲା ବିଭାଗରେ କିଲୋମିଟର
172 ରୁ 174 ମଧ୍ୟରେ ଘଟିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା