ଅନୁଗୋଳରେ 'ସ୍ୱଚ୍ଛ, ସୁନ୍ଦର ଓ ସବୁଜ ଅନୁଗୋଳ' କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ
ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ସମସ୍ତେ ଗୋଟିଏ ପାଦ ଆଗକୁ ବଢାଇବା - ଧର୍ମେନ୍ଦ୍ର ପ୍ରଧାନ ବିଦ୍ୟୁତ, ପରିମଳ, ଶିକ୍ଷା ଓ ମହିଳା ଓ ଶିଶୁ କଲ୍ୟାଣ ସମେତ ବିଭିନ୍ନ କ୍ଷେତ୍ରରେ ପ୍ରାୟ ୨୭.୬୩ କୋଟି ଟଙ୍କାର ୩୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ମ୍ୟୁନିସପାଲି
ଅନୁଗୁଳରେ କେନ୍ଦ୍ରମନ୍ତ୍ରୀ


ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ସମସ୍ତେ ଗୋଟିଏ ପାଦ ଆଗକୁ

ବଢାଇବା - ଧର୍ମେନ୍ଦ୍ର ପ୍ରଧାନ

ବିଦ୍ୟୁତ, ପରିମଳ, ଶିକ୍ଷା ଓ ମହିଳା ଓ ଶିଶୁ କଲ୍ୟାଣ ସମେତ ବିଭିନ୍ନ କ୍ଷେତ୍ରରେ ପ୍ରାୟ

୨୭.୬୩ କୋଟି ଟଙ୍କାର ୩୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ

ମ୍ୟୁନିସପାଲିଟିରେ କାର୍ଯ୍ୟରତ ସଫେଇ କର୍ମଚାରୀମାନଙ୍କୁ ମୋବାଇଲ୍

ଫୋନ୍ ବିତରଣ କଲେ

ବଜାପରଡ଼ା ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ଫଳ ବିତରଣ କଲେ

କେନ୍ଦ୍ରମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସ୍ୱଚ୍ଛ ଭାରତ ଅଭିଯାନ’ ବିଶାଳ

ଜନ ଆନ୍ଦୋଳନରେ ପରିଣତ

ସହରକୁ ସ୍ୱଚ୍ଛ ରଖିବା କେବଳ ପ୍ରଶାସନିକ କାର୍ଯ୍ୟ ନୁହେଁ, ବରଂ ଏହା ପ୍ରତ୍ୟେକ

ନାଗରିକଙ୍କ ଦାୟିତ୍ୱ

ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ଜିଲ୍ଲା ପ୍ରଶାସନକୁ ଏକ ସ୍ୱତନ୍ତ୍ର

ଖସଡା ପ୍ରସ୍ତୁତ କରିବାକୁ ପରାମର୍ଶ

ଅନୁଗୋଳ, ଡିସେମ୍ବର ୨୮(ହି.ସ.) – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର

ପ୍ରଧାନ ଆଜି ଅନୁଗୋଳ ମ୍ୟୁନିସପାଲିଟି ଛକଠାରେ ଆୟୋଜିତ ‘ସ୍ୱଚ୍ଛ, ସୁନ୍ଦର ଓ ସବୁଜ

ଅନୁଗୋଳ’ କାର୍ଯ୍ୟକ୍ରମରେ ଯୋଗଦେଇ ପରିବେଶକୁ ସ୍ୱଚ୍ଛ ରଖିବାର ମହତ ବାର୍ତ୍ତା ଦେଇଛନ୍ତି । ଏହି

ଅବସରରେ ସେ ଅନୁଗୋଳ ପୌର ପରିଷଦ ଅନ୍ତର୍ଗତ ପ୍ରାୟ ୨୭.୬୩ କୋଟି ଟଙ୍କାର ୩୬ଟି ଗୁରୁତ୍ୱପୂର୍ଣ୍ଣ

ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ସର୍ବେକ୍ଷଣ - ମୋ ସହର, ମୋ ପରିଚୟ

୨୦୨୫-୨୬ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସ୍ୱଚ୍ଛ ଭାରତ ଅଭିଯାନ’ ଆଜି ଏକ ବିଶାଳ ଜନ ଆନ୍ଦୋଳନରେ

ପରିଣତ ହୋଇଛି । ସହରକୁ ସ୍ୱଚ୍ଛ ରଖିବା କେବଳ ପ୍ରଶାସନିକ କିମ୍ବା ସାମାଜିକ ସଂଗଠନର କାର୍ଯ୍ୟ

ନୁହେଁ, ବରଂ ଏହା ପ୍ରତ୍ୟେକ

ନାଗରିକଙ୍କ ନୈତିକ ଦାୟିତ୍ୱ । ଆମେ ସମସ୍ତେ ମିଶି ଯଦି ଗୋଟିଏ ପାଦ ଆଗକୁ ବଢାଇବା, ତେବେ ଆମ ସହର

ସ୍ୱଚ୍ଛ ଓ ସୁନ୍ଦର ହୋଇପାରିବ । ଯେପରି ଆମେ ନିଜ ଘରକୁ ସଫା ରଖୁ, ସେହିଭଳି

ରାସ୍ତାଘାଟ ଓ ସାର୍ବଜନୀନ ସ୍ଥାନକୁ ସ୍ୱଚ୍ଛ ରଖିବାକୁ ପଡ଼ିବ ।

ଆଜିର ଅବସରରେ ବିଦ୍ୟୁତ, ପରିମଳ, ଶିକ୍ଷା ଓ ମହିଳା ଓ ଶିଶୁ କଲ୍ୟାଣ ସମେତ ବିଭିନ୍ନ କ୍ଷେତ୍ରରେ ପ୍ରାୟ

୨୭.୬୩ କୋଟି ଟଙ୍କାର ୩୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ଡିଏମଏଫ

ପାଣ୍ଠିରୁ ବିନିଯୋଗ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଅଞ୍ଚଳର ଭିତ୍ତିଭୂମିକୁ

ସୁଦୃଢ଼ କରିବା ସହ ଜନସାଧାରଣଙ୍କ ଜୀବନଶୈଳୀରେ ବ୍ୟାପକ ସୁଧାର ଆଣିବ ବୋଲି ସେ କହିଥିଲେ ।

ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ଶ୍ରୀ ପ୍ରଧାନ ଜିଲ୍ଲା

ପ୍ରଶାସନକୁ ଏକ ସ୍ୱତନ୍ତ୍ର ଖସଡା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି । ବ୍ୟାପକ ବୃକ୍ଷରୋପଣ

ଏବଂ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସ୍ୱଚ୍ଛ, ସୁନ୍ଦର ଓ ସବୁଜ

ଅନୁଗୋଳର ସ୍ୱପ୍ନ ସାକାର କରିବା ପାଇଁ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସବୁ ବର୍ଗର

ଲୋକଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ସେ ନିବେଦନ କରିଛନ୍ତି ।

ସୂଚନା ଥାଉ କି, ଏହି ଅବସରରେ ଶ୍ରୀ

ପ୍ରଧାନ ଅନୁଗୋଳ ମ୍ୟୁନିସପାଲିଟିରେ କାର୍ଯ୍ୟରତ ସଫେଇ କର୍ମଚାରୀମାନଙ୍କୁ ମୋବାଇଲ୍

ଫୋନ୍ ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପରେ ଶ୍ରୀ ପ୍ରଧାନ ନିକଟସ୍ଥ ବଜାପରଡ଼ା

ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ପଢୁଥିବା ପିଲାମାନଙ୍କ ଗହଣରେ କିଛି ସମୟ ଅତିବାହିତ କରିବା ସହ

ସେମାନଙ୍କୁ ଫଳ ବିତରଣ କରିଥିଲେ । ସେ କହିଥିଲେ, ଅଙ୍ଗନବାଡ଼ି ଓ

ସରକାରୀ ସ୍କୁଲର ପିଲାମାନଙ୍କୁ ଫଳ ସହ ପୁଷ୍ଟିକର ଖାଦ୍ୟ ବାଣ୍ଟିବା ଦ୍ୱାରା ସେମାନଙ୍କର ପୋଷଣ

ଆବଶ୍ୟକତା ପୂରଣ ହୋଇପାରିବ । ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ । ସେମାନଙ୍କୁ ସୁସ୍ଥ ଓ ସବଳ

ରଖିବା ପାଇଁ ଆମେ ସମସ୍ତେ ସାମୂହିକ ପ୍ରୟାସ କରିବା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande