
ଭୁବନେଶ୍ୱର, 28 ଡିସେମ୍ବର (ହି.ସ.)- ପଦ୍ମ ବିଭୂଷଣ ଅରୁଣ ଜେଟଲୀଙ୍କ ଜୟନ୍ତୀରେ ତାଙ୍କୁ
ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ
ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ‘ପଦ୍ମ
ବିଭୂଷଣ’ ସମ୍ମାନିତ ଅରୁଣ ଜେଟଲୀଜୀଙ୍କ ଜୟନ୍ତୀ ଅବସରରେ ମୁଁ ତାଙ୍କୁ ସାଦର ନମନ କରୁଛି।
ଜଣେ ବଡ଼ ଭାଇ, ପ୍ରକୃତ ମିତ୍ର ଓ ପ୍ରେରଣାଦାୟକ ମାର୍ଗଦର୍ଶକ ଭାବେ ସେ ମୋତେ ସର୍ବଦା
ନିରନ୍ତର ସମର୍ଥନ ଓ ସମ୍ବଳ ଦେଇଆସିଥିଲେ। ଅରୁଣ ଜେଟଲୀଜୀଙ୍କ ସ୍ନେହିଳ ବ୍ୟକ୍ତିତ୍ୱ ଓ ରାଷ୍ଟ୍ରସେବା
ପ୍ରତି ତାଙ୍କର ସମର୍ପଣ ସର୍ବଦା ମୋ ସ୍ମୃତିରେ ଅତୁଟ ଭାବେ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା