
ଲକ୍ଷେ୍ଣø, ୨୯ ଡିସେମ୍ବର(ହି.ସ.) – ଉତର ପ୍ରଦେଶ ବିଧାନସଭାର ଅଧ୍ୟକ୍ଷ ସତୀଶ ମହାନା କହିଛନ୍ତି ଯେ, ଏଥର ଅଖିଳ ଭାରତୀୟ ପୀଠାସୀନ ଅଧିକାରୀ ସମ୍ମିଳନୀ(ଏଆଇପିଓସି)ଙ୍କ ମେଜୱାନୀ ଉତର ପ୍ରଦେଶ କରିବ। ଉତର ପ୍ରଦେଶ ବିଧାନସଭାରେ ହେବାକୁ ଯାଉଥିବା ତିନିଦିନ ସମ୍ମିଳନୀର ଉଦ୍ଘାଟନ ୧୯ ଜାନୁଆରୀକୁ ଲୋକସଭା ଅଧ୍ୟକ୍ଷ ଓମ୍ ବିରଲା କରିବେ। ଏହାପରେ ୨୨ ଜାନୁଆରୀକୁ ସମସ୍ତ ପ୍ରତିନିଧି ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଯିବେ।
ବିଧାନସଭା ଅଧ୍ୟକ୍ଷ ସୋମବାର ଦିନ ବିଧାନ ଭବନରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୧୯ ଡିସେମ୍ବରରୁ ୨୪ ଡିସେମ୍ବର ପର୍ଯ୍ୟନ୍ତ ଶୀତକାଳୀନ ଅଧିବେଶନ ଚାଲୁଛି। ପୀଠାସୀନ ଆଧିକାରୀଙ୍କ ସମ୍ମିଳନୀ ବିଷୟରେ ସେ କହିଛନ୍ତି ସମ୍ମିଳନୀ ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସହିତ ଅନେକ ଗଣମାନ୍ୟ ଅତିଥି ଉପସ୍ଥିତ ରହିବେ। ସମ୍ମିଳନୀ ଅବସରରେ ୨୦ ଏବଂ ୨୧ ଜାନୁଆରୀକୁ ବିଭିନ୍ନ ସମସାମୟିକ ଏବଂ ସଂସଦୀୟ ବିଷୟ ଉପରେ ବିଚାର-ବିମର୍ଶ କରାଯିବ। ସମ୍ମିଳନୀର ସମାପନ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ୍ କରିବେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି