କଂଗ୍ରେସ ଏଂଜେଲ ଚକ୍‌ମା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି କଲା
ନୂଆଦିଲ୍ଲୀ, ୨୯ ଡିସେମ୍ବର(ହି.ସ.) – ଉତରାଖଣ୍ଡର ଡେରାଡୁନରେ ତ୍ରିପୁରା ଛାତ୍ର ଏଂଜେଲ ଚକମାର ହତ୍ୟାକୁ ନେଇ କଂଗ୍ରେସ ସରକାର ଉପରେ ପୂର୍ବୋତର ଲୋକଙ୍କ ସୁରକ୍ଷାରେ ବିଫଳ ହେବା ଅଭିଯୋଗ ଆଣିଛି । କଂଗ୍ରେସ କହିଛି ଯେ ଉତର-ପୂର୍ବ ଲୋକ ମଧ୍ୟ ଭାରତୀୟ, ଚୀନ୍‌ରୁ ଆସିନାହାନ୍ତି। ଏହି ମାମଲାରେ ଫେରାର ମୁଖ
କଂଗ୍ରେସ ଏଂଜେଲ ଚକ୍‌ମା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି କଲା


ନୂଆଦିଲ୍ଲୀ, ୨୯ ଡିସେମ୍ବର(ହି.ସ.) – ଉତରାଖଣ୍ଡର ଡେରାଡୁନରେ ତ୍ରିପୁରା ଛାତ୍ର ଏଂଜେଲ ଚକମାର ହତ୍ୟାକୁ ନେଇ କଂଗ୍ରେସ ସରକାର ଉପରେ ପୂର୍ବୋତର ଲୋକଙ୍କ ସୁରକ୍ଷାରେ ବିଫଳ ହେବା ଅଭିଯୋଗ ଆଣିଛି । କଂଗ୍ରେସ କହିଛି ଯେ ଉତର-ପୂର୍ବ ଲୋକ ମଧ୍ୟ ଭାରତୀୟ, ଚୀନ୍‌ରୁ ଆସିନାହାନ୍ତି। ଏହି ମାମଲାରେ ଫେରାର ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବା ଦରକାର।

ଲୋକସଭାରେ କଂଗ୍ରେସର ଉପନେତା ଗୌରବ ଗୋଗୋଇ ପାର୍ଟି ମୁଖ୍ୟାଳୟରେ ସୋମବାର ଦିନ ସାମ୍ବାଦିକ ସମ୍ମିଳନୀରେ ହିନ୍ଦୁସ୍ଥାନ ସମାଚାରର ଏକ ପ୍ରଶ୍ନ ଉପରେ ନିଜର କଲେଜ ଦିନର ଅନୁଭବ ଜଣାଇଛନ୍ତି। ସେ କହିଛନ୍ତି ଯେ କଂଲେଜ ଦିନମାନଙ୍କରେ ମୁଁ ଆଗରା ଯାତ୍ରା ସମୟରେ ଏକ ଗାର୍ଡ଼ ତାଙ୍କୁ ଚିନୀ କହି ପାସ୍‌ପୋର୍ଟ ଦେଖାଇବାକୁ କହିଥିଲା। ସେ କହିଛନ୍ତି ଯେ ସେ ମଧ୍ୟ ଏହିପରି ପୂର୍ବାଗ୍ରହର ସାମ୍‌ନା କରିଛନ୍ତି।

ଗୋଗୋଇ କହିଛନ୍ତି ଯେ ଏଂଜେଲ ଚକ୍‌ମା ଉପରେ ଆକ୍ରମଣ ସହିତ ଯୋଡ଼ିଥିବା ସୂଚନା ବହୁତ ଚିନ୍ତାଜନକ ଅଟେ। ପରିବାରର ଅଭିଯୋଗ ଯେ ସ୍ଥାନୀୟ ପୋଲିସ୍ ଏଫଆଇଆର୍ ରୁଜୁ କରିବାରେ ତତ୍ପରତା ଦେଖାଇ ନାହାନ୍ତି। ଏଫ୍‌ଆଇଆର୍ ରୁଜୁ କରିବାରେ ପ୍ରାୟ ୧୨ ଦିନ ଲାଗିଗଲା। ଛାତ୍ରଙ୍କ ପ୍ରଦର୍ଶନ ପରେ ଏଫ୍‌ଆଇଆର୍ ରୁଜୁ କରାଯାଇଛି। ମାମଲାରେ ୪ ଅଭିଯୁକ୍ତଙ୍କ ଗିରଫ ହୋଇଛି, କିନ୍ତୁ ମୁଖ୍ୟ ଅଭିଯୁକ୍ତ ଫେରାର୍ ଅଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande