
ନୂଆଦିଲ୍ଲୀ, ୨୯ ଡିସେମ୍ବର (ହି.ସ.) - କେନ୍ଦ୍ର ପରିବେଶ ଏବଂ ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋମବାର ଆରାବଲୀ ପର୍ବତମାଳାକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି ଏବଂ କହିଛନ୍ତି ଯେ, ସରକାର ଏହାର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ପ୍ରତିବଦ୍ଧ । ଯାଦବ ସୋସିଆଲ ମିଡ଼ିଆରେ କହିଛନ୍ତି ଯେ, ସେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରୁଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ବର୍ତମାନର ପରିସ୍ଥିତିରେ ନୂତନ ଖଣି ଲିଜ୍ ଅନୁମୋଦନ କିମ୍ବା ପୁରୁଣା ଲିଜ୍ ନବୀକରଣ ସମ୍ପର୍କରେ ଖଣି ଖନନ ଉପରେ ସମ୍ପୂର୍ଣ୍ଣ ନିଷେଧ ଜାରି ରହିବ । ସେ ଆରାବଳୀି ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ସମସ୍ତ ପ୍ରକାରର ସହଯୋଗର ପ୍ରତିଶ୍ରୁତି ଦେଇଥିଲେ । ଯାଦବ କହିଛନ୍ତି, ଅରାବଲୀ ପର୍ବତମାଳାକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ଥଗିତ ରଖିବା ଏବଂ ପ୍ରସଙ୍ଗଗୁଡ଼ିକର ଅଧ୍ୟୟନ ପାଇଁ ଏକ ନୂତନ କମିଟି ଗଠନ କରିବା ପାଇଁ ମୁଁ ସ୍ୱାଗତ କରୁଛି । ଆରାବଲୀ ପର୍ବତମାଳାର ସୁରକ୍ଷା ଏବଂ ପୁନରୁଦ୍ଧାର ପାଇଁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ଦ୍ୱାରା ଲୋଡ଼ାଯାଇଥିବା ସମସ୍ତ ସହାୟତା ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ । ବର୍ତମାନର ପରିସ୍ଥିତି ଅନୁଯାୟୀ, ନୂତନ ଖଣି ଲିଜ୍ କିମ୍ବା ପୁରୁଣା ଖଣି ଲିଜ୍ ନବୀକରଣ ସମ୍ପର୍କରେ ଖଣି ଖନନ ଉପରେ ସମ୍ପୂର୍ଣ୍ଣ ନିଷେଧ ରହିଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ