ହିନ୍ଦୁ ପରିବାରଗୁଡ଼ିକୁ ଦୁଇ କିମ୍ବା ତିନୋଟି ସନ୍ତାନ ଜନ୍ମ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ଡକ୍ଟର ଶର୍ମା
ଗୌହାଟି, ୩୦ ଡିସେମ୍ବର (ହି.ସ.) – ଆସାମ ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱ ଶର୍ମା ରାଜ୍ୟରେ ପରିବର୍ତିତ ଜନସଂଖ୍ୟା ଧାରା ଉପରେ ଚିନ୍ତା ପ୍ରକାଶ କରିଛନ୍ତି ଏବଂ ହିନ୍ଦୁ ପରିବାରଗୁଡ଼ିକୁ ଦୁଇ କିମ୍ବା ତିନୋଟି ସନ୍ତାନ ଜନ୍ମ କରିବାକୁ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପରେ ରାଜନୈତ
ହିନ୍ଦୁ ପରିବାରଗୁଡ଼ିକୁ ଦୁଇ କିମ୍ବା ତିନୋଟି ସନ୍ତାନ ଜନ୍ମ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ଡକ୍ଟର ଶର୍ମା


ଗୌହାଟି, ୩୦ ଡିସେମ୍ବର (ହି.ସ.) – ଆସାମ ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱ ଶର୍ମା ରାଜ୍ୟରେ ପରିବର୍ତିତ ଜନସଂଖ୍ୟା ଧାରା ଉପରେ ଚିନ୍ତା ପ୍ରକାଶ କରିଛନ୍ତି ଏବଂ ହିନ୍ଦୁ ପରିବାରଗୁଡ଼ିକୁ ଦୁଇ କିମ୍ବା ତିନୋଟି ସନ୍ତାନ ଜନ୍ମ କରିବାକୁ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପରେ ରାଜନୈତିକ ଏବଂ ସାମାଜିକ ମହଲରେ ଏକ ନୂତନ ବିତର୍କ ଆରମ୍ଭ ହୋଇଛି । ତଥାପି ମୁଖ୍ୟମନ୍ତ୍ରୀ ଏହାମଧ୍ୟ ସ୍ପଷ୍‌ଟ କରିଛନ୍ତି ଯେ, ତାଙ୍କର ବାର୍ତା କୌଣସି ଗୋଟିଏ ସମ୍ପ୍ରଦାୟକୁ ଟାର୍ଗେଟ୍ କରିବା ପାଇଁ ନୁହେଁ ବରଂ ସନ୍ତୁଳନ ବଜାୟ ରଖିବା ପାଇଁ । ମଙ୍ଗଳବାର ଦିନ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ ଶର୍ମା ଗଣମାଧ୍ୟମ ସହ କଥା ହେଉଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେଉଁ ଅଂଚଳରେ ହିନ୍ଦୁ ସମ୍ପ୍ରଦାୟ ସଂଖ୍ୟାଲଘୁ କିମ୍ବା ସଂଖ୍ୟାଲଘୁ ହେବା ଦ୍ୱାରରେ ଅଛନ୍ତି, ସେଠାରେ ପରିବାରଗୁଡ଼ିକୁ କେବଳ ଗୋଟିଏ ସନ୍ତାନ ମଧ୍ୟରେ ସୀମିତ ରଖିବା ଉଚିତ ନୁହେଁ । ସେ କହିଛନ୍ତି ଯେ, ଏହି ଆବେଦନର ଉଦ୍ଦେଶ୍ୟ ହେଉଛି ସାମାଜିକ ସନ୍ତୁଳନ ବଜାୟ ରଖିବା ଏବଂ ଭବିଷ୍ୟତର ଚ୍ୟାଲେଞ୍ଜର ମୁକାବିଲା କରିବା ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande