ଦିଲ୍ଲୀ-ଏନସିଆରରେ ନୋଏଡା, ଗ୍ରେଟର ନୋଏଡାର ବାୟୁ ସବୁଠୁ ଖରାପ
ନୂଆଦିଲ୍ଲୀ, 30 ଡିସେମ୍ବର (ହି.ସ.)- ଦିଲ୍ଲୀ ଓ ଏନ୍‌ସିଆର୍‌ରେ ମଙ୍ଗଳବାର ନୋଏଡା ଓ ଗ୍ରେଟର ନୋଏଡାର ବାୟୁ ସବୁଠାରୁ ଅଧିକ ପ୍ରଦୂଷିତ ରହିଛି। ଦ୍ୱିପ୍ରହର ୧୨ଟା ସମୟରେ ଏଠାରେ ବାୟୁ ଗୁଣମାନ ସୂଚକାଙ୍କ (ଏକ୍ୟୁଆଇ) ୪୫୦ରୁ ଉପରକୁ ରେକର୍ଡ ହୋଇଥିଲା, ଯେଉଁଥିରେ ଦିଲ୍ଲୀର
ବାୟୁ ପ୍ରଦୂଷଣ


ନୂଆଦିଲ୍ଲୀ, 30 ଡିସେମ୍ବର (ହି.ସ.)- ଦିଲ୍ଲୀ ଓ ଏନ୍‌ସିଆର୍‌ରେ ମଙ୍ଗଳବାର ନୋଏଡା ଓ ଗ୍ରେଟର ନୋଏଡାର ବାୟୁ

ସବୁଠାରୁ ଅଧିକ ପ୍ରଦୂଷିତ ରହିଛି। ଦ୍ୱିପ୍ରହର ୧୨ଟା ସମୟରେ ଏଠାରେ ବାୟୁ ଗୁଣମାନ ସୂଚକାଙ୍କ

(ଏକ୍ୟୁଆଇ) ୪୫୦ରୁ ଉପରକୁ ରେକର୍ଡ ହୋଇଥିଲା, ଯେଉଁଥିରେ ଦିଲ୍ଲୀର

ଏକ୍ୟୁଆଇ ୩୯୮ ସ୍ତରରେ ଥିଲା।

ଏକ୍ୟୁଆଇ ୱେବସାଇଟ୍‌ ଅନୁଯାୟୀ, ଗ୍ରେଟର ନୋଏଡାର ଏକ୍ୟୁଆଇ ୪୫୮,

ନୋଏଡାର

୪୫୬, ଦିଲ୍ଲୀର ୩୯୮, ଫରିଦାବାଦର ୩୯୭ ଏବଂ ଗୁରୁଗ୍ରାମର ୩୨୯

ରେକର୍ଡ କରାଯାଇଛି।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ, ଦିଲ୍ଲୀର ପୂର୍ବ ଅଞ୍ଚଳର

ଆନନ୍ଦ ବିହାର ଏବଂ ଉତ୍ତର-ପଶ୍ଚିମ ଅଞ୍ଚଳର ଅଶୋକ ବିହାରରେ ସବୁଠାରୁ ଅଧିକ ଏକ୍ୟୁଆଇ ରେକର୍ଡ

ହୋଇଛି। ଏହି ଦୁଇଟି ଅଞ୍ଚଳର ଏକ୍ୟୁଆଇ ୪୫୦-୪୫୦ ରହିଛି। ବିବେକ ବିହାର ଓ ୱଜିରପୁରର ଏକ୍ୟୁଆଇ

୪୪୬-୪୪୬ ରେକର୍ଡ ହୋଇଛି। ଜାହାଙ୍ଗିରପୁରୀର ଏକ୍ୟୁଆଇ ୪୦୦ ଥିବାବେଳେ,

ଚାନ୍ଦନୀ

ଚକର ୪୩୨, ଦ୍ୱାରକା ସେକ୍ଟର-୮ର ୪୧୬, ସିରିଫୋର୍ଟର ୪୧୫,

ଆଇଟିଓର

୪୧୦ ଏବଂ ଜବାହରଲାଲ ନେହେରୁ ଷ୍ଟାଡିୟମର ଏକ୍ୟୁଆଇ ୪୦୮ ରେକର୍ଡ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande