
ନୂଆଦିଲ୍ଲୀ, 30 ଡିସେମ୍ବର (ହି.ସ.)- ଭାରତୀୟ ଜନତା ପାର୍ଟି (ବିଜେପି) ର ପ୍ରମୁଖ ନେତା ଏବଂ କେନ୍ଦ୍ରୀୟ ଗୃହ ଓ
ସହକାରିତା ମନ୍ତ୍ରୀ ଅମିତ ଶାହ ଆଜି ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଗସ୍ତରେ ରହିବେ।
ରାଜଧାନୀରେ ତାଙ୍କର ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକ୍ରମ ରହିଛି। ଏହି ସୂଚନା ବିଜେପି
ତାଙ୍କର ଆଧିକାରିକ ‘ଏକ୍ସ’ ହ୍ୟାଣ୍ଡଲରେ ସେୟାର କରିଛି।
ବିଜେପିର ଏକ ପୋଷ୍ଟ ଅନୁସାରେ, କେନ୍ଦ୍ରୀୟ ମନ୍ତ୍ରୀ ଅମିତ ଶାହ
ପୂର୍ବାହ୍ନ ୧୧ଟା ୩୦ମିନିଟ୍ରେ କୋଲକାତାରେ ଏକ ପ୍ରେସସମ୍ମିଳନୀକୁ ସମ୍ବୋଧନ କରିବେ। ଏହି ପ୍ରେସମିଟ
ରାଜଧାନୀର ହୋଟେଲ ଅଲ୍ଟ-ଏୟାରରେ ଆୟୋଜିତ ହେବ।
ଏହାର ପ୍ରାୟ ଦୁଇ ଘଣ୍ଟା ପରେ, ଏହି ହୋଟେଲରେ ବିଜେପି ପ୍ରଦେଶ କୋର
କମିଟିର ଏକ ବୈଠକ ଆହ୍ୱାନ କରାଯାଇଛି। ବିଜେପି ନେତା ଅମିତ ଶାହ ଏହି ବୈଠକରେ ଉପସ୍ଥିତ ରହିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା