
ଭୁବନେଶ୍ୱର, ୩୦ ଡିସେମ୍ବର (ହି.ସ)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ରବୀନ୍ଦ୍ର ମଣ୍ଡପରେ ୫ ଦିନ ଧରି ଆୟୋଜିତ ହେଉଥିବା ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ମଙ୍ଗଳବାର ଉଦ୍ଯ।।ପିତ ହୋଇଯାଇଛି। ଏହି ଓଡ଼ଶୀ ମହାକୁମ୍ଭରେ ଦେଶ ତଥା ଦେଶ ବାହାରୁ ଆସିଥିବା ବିଶିଷ୍ଟ ଖ୍ୟାତନାମା ନୃତ୍ୟଶିଳ୍ପୀମାନେ ଅଂଶଗ୍ରହଣ କରିବା ସହିତ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ଶୈଳୀ ଯଥା ଏକକ, ଦ୍ୱୈତ୍ୟ ଓ ଦଳଗତ ନୃତ୍ୟ ଉପସ୍ଥାପନ କରି ଏହି ନୃତ୍ୟ ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଛନ୍ତି ।
ପୂର୍ବାହ୍ନ ଅଧିବେଶନ ଆରମ୍ଭ ହୋଇଥିଲା ଲିଙ୍ଗରାଜ କଳା ନିକେତନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ଶକ୍ତି ସୂରୁପା ପରିବେଷଣରୁ । ଏକକ ପର୍ଯ୍ୟାୟରେ ଅଙ୍କିତା ବେହେରାଙ୍କ ଦ୍ୱାରା ଅଭିନୟ ଚମକେ ଚପଳା ଚିକ୍କଣ ଦେଖ, ସୁହାନା ମିଶ୍ରଙ୍କ ଦ୍ୱାରା ସ୍ଥାୟୀନୃତ୍ୟ, ଦ୍ୱୈତ ପର୍ଯ୍ୟାୟରେ ଜୋୟିତା ପାଲ ଏବଂ ଅଗ୍ନିଶା ବାସାକଙ୍କ ଦ୍ୱାରା ବିନାୟକ ଏକଦନ୍ତ ଉମାସୂତ, ଏକକ ପର୍ଯ୍ୟାୟରେ ଦୀପ୍ତିଶ କୁମାର ଶତପଥୀଙ୍କ ଦ୍ୱାରା ଅଭିନୟ ନବରସ, ରାଧିକା ରାଜେଶ କୁବେଡେଙ୍କ ଦ୍ୱାରା ଅଭିନୟ ଗୀତ ଗୋବିନ୍ଦ ହରି ହର ମୁଗ୍ଧ ବଧୁ ନିକରେ, ଦ୍ୱୈତ ପର୍ଯ୍ୟାୟରେ ସୁଭାସିନି ମଲ୍ଲିକ ଏବଂ ସୁଭାଶ୍ରୀ ଶୁଚିସ୍ମିତା ମଲ୍ଲିକଙ୍କ ଦ୍ୱାରା ଅଭିନୟ ମଧୁରାଷ୍ଟକ, ଏକକ ପର୍ଯ୍ୟାୟରେ ଇନ୍ଦ୍ରଜିତ୍ ସରକାରଙ୍କ ଦ୍ୱାରା ବିଳହାରୀ ପଲ୍ଲବୀ, ସ୍ୱର୍ନ୍ନାଙ୍କି ଦାସଙ୍କ ଦ୍ୱାରା ଅଭିନୟ ସଖିରେ ଘନ ଘନ ବଂଶୀ ସ୍ୱନ ଏବଂ ଶେଷରେ ଦେବର୍ଚ୍ଚନା ଡ୍ୟାନ୍ସ ଏକାଡେମୀର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ରାଧାରାଣୀ ସଙ୍ଗେ ମୁରଲୀ ପାଣି ପରିବେଷିତ ହୋଇଥିଲା ।
ଅପରାହ୍ନ ଅଧିବେଶନର ନୃତ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ନଟସୁତ୍ର ରିସର୍ଚ୍ଚ ପବ୍ଲିକ୍ ଚାରିଟେବୁଲ୍ ଟ୍ରଷ୍ଟର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ନୃତ୍ୟାଭିନୟ ନୀଳସରସ୍ୱତୀ ବନ୍ଦନା ପରିବେଷଣରୁ । ପରେ ପରେ ରମାକାନ୍ତ ସାହୁଙ୍କ ଦ୍ୱାରା ପଲ୍ଲବୀ, ପ୍ରୀତିପ୍ରଜ୍ଞା ଦାସ ଓ ରଞ୍ଜିତା ପ୍ରୀୟଦର୍ଶନୀ ପାଣିଙ୍କ ଦ୍ୱାରା ଅଭିନୟ ଅର୍ଦ୍ଧନାରୀଶ୍ୱର, ଶୁଭ୍ରକାନ୍ତ ପ୍ରଧାନଙ୍କ ଦ୍ୱାରା କୋଣାର୍କ କାନ୍ତି, ସ୍ୱାଗତିକା ସାହୁ ଓ ଦିବ୍ୟ ପ୍ରୀୟଦର୍ଶନୀ ଦାସଙ୍କ ଦ୍ୱାରା ଅଭିନୟ ଶିବପଞ୍ଚକ, ଇତିଶ୍ରୀ ମହାନ୍ତିଙ୍କ ଦ୍ୱାରା ଅଭିନୟ ଅଷ୍ଟପଦୀ ଏବଂ ଶେଷରେ ନୃତ୍ୟରଚନା ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ଦୁର୍ଗାସ୍ତୁତି ପରିବେଷିତ ହୋଇଥିଲା ।
ସଂଧ୍ୟା ଅଧିବେଶନର ପ୍ରଥମ କାର୍ଯ୍ୟକ୍ରମ ଥିଲା ଏକକ ନୃତ୍ୟ ପର୍ଯ୍ୟାୟରେ ବିଶିଷ୍ଟ ନୃତ୍ୟଶିଳ୍ପୀ ଆଲୋକା କାନୁନଗୋଙ୍କ ଦ୍ୱାରା ଅଭିନୟ ଗୀତଗୋବିନ୍ଦ - ସଖୀ ହେ । ପରେ ପରେ ପ୍ରୀତି ମହାପାତ୍ରଙ୍କ ଦ୍ୱାରା କୈବର୍ତ୍ତ ପ୍ରସଙ୍ଗମ , ବିଦିଷା ବାସୁମଲ୍ଲୀକ ଏବଂ ରୋହିଣୀ ସାମଲଙ୍କ ଦ୍ୱାରା ଗୋବିନ୍ଦ ଦାମୋଦର ଅଷ୍ଟକମ, ପ୍ରୀତିଶା ମହାପାତ୍ରଙ୍କ ଦ୍ୱାରା ବର୍ଷା, ପୌଲମୀ ଚକ୍ରବର୍ତ୍ତୀଙ୍କ ଦ୍ୱାରା ବସନ୍ତ ପଲ୍ଲବୀ, ମୌସମୀ ମଧୁ ଓ ପ୍ରଣଭୀ ଅନ୍ନଦୁରାଇଙ୍କ ଦ୍ୱାରା ରାସ ପଲ୍ଲବୀ, ସଜ୍ଞା ଶୁଚରିତା ନାୟକଙ୍କ ଦ୍ୱାରା ଦ୍ୱୈତ ନୃତ୍ୟ, ଶିମନ୍ତିନି ମିତ୍ର ବେଉରାଙ୍କ ଦ୍ୱାରା ଶିବମ ଧିମମ ଏବଂ ଶେଷରେ ଦର୍ପଣୀ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା କ୍ରୀଷ୍ଣା ତୁଭ୍ୟଂ ନମଃ ପରିବେଷିତ ହୋଇଥିଲା ।
ସଂଧ୍ୟା ଅଧିବେଶନର ଅତିଥି ଥିଲେ ବିଶିଷ୍ଟ ଓଡିଶୀ ସଂଗୀତ ଗାୟିକା ଡକ୍ଟର ଶ୍ୟାମାମଣି ଦେବୀ, ବିଶିଷ୍ଟ ଓଡିଶୀ ସଙ୍ଗୀତ ଗାୟକ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପୂର୍ବତନ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ, ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ଗୁରୁ ଡକ୍ଟର ଜ୍ୟୋତ୍ସ୍ନାରାଣୀ ସାହୁ, ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଓ ଗୁରୁ କେଲୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା