ନୂଆବର୍ଷ ନିମନ୍ତେ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି : ମୁତୟନ ହେବେ ୬୦ ପ୍ଲାଟୁନ୍ ଫୋର୍ସ
ପୁରୀ, ୩୦ ଡିସେମ୍ବର (ହି.ସ.)- ଦିନକ ପରେ ଇଂରାଜୀ ନୂଆବର୍ଷ ୨୦୨୬ । ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ବଢିବାରେ ଲାଗିଛି । ପୁରୀ ପୋଲିସ ପକ୍ଷରୁ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପୁରୀରେ ମୁତୟନ ହେବ
ଶ୍ରୀମନ୍ଦିର


ପୁରୀ, ୩୦ ଡିସେମ୍ବର (ହି.ସ.)- ଦିନକ ପରେ ଇଂରାଜୀ ନୂଆବର୍ଷ ୨୦୨୬ । ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ବଢିବାରେ ଲାଗିଛି । ପୁରୀ ପୋଲିସ ପକ୍ଷରୁ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପୁରୀରେ ମୁତୟନ ହେବେ ୬୦ ପ୍ଲାଟୁନ୍ ଫୋର୍ସ । ବର୍ଷର ଶେଷ ଦିନ ଓ ନୂଆବର୍ଷକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସିସିଟିଭି ବଳୟ ମଧ୍ୟରେ ରହିବ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ଭିତରେ ୧୫୨ଟି ସିସିଟିଭି ଏବଂ ବାହାରେ ୧୯୨ ସିସିଟିଭି ନଜର ରଖିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande