ରୁଷ ରାଷ୍ଟ୍ରପତିଙ୍କ ବାସଭବନକୁ ଟାର୍ଗେଟ କରିବା ଖବର ଉପରେ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ, ୩୦ ଡିସେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ରୁଷ ରାଷ୍ଟ୍ରପତିଙ୍କ ବାସଭବନକୁ ଟାର୍ଗେଟ କରିବା ରିପୋର୍ଟ ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ଯୁଦ୍ଧଗ୍ରସ୍ତ ପରିସ୍ଥିତି ମଧ୍ୟରେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସେ କୂଟନୈତିକ ପଥକୁ ସର୍ବୋତମ ବିକଳ୍ପ ଭାବ
ରୁଷ ରାଷ୍ଟ୍ରପତିଙ୍କ ବାସଭବନକୁ ଟାର୍ଗେଟ କରିବା ଖବର ଉପରେ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦୀ


ନୂଆଦିଲ୍ଲୀ, ୩୦ ଡିସେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ରୁଷ ରାଷ୍ଟ୍ରପତିଙ୍କ ବାସଭବନକୁ ଟାର୍ଗେଟ କରିବା ରିପୋର୍ଟ ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ଯୁଦ୍ଧଗ୍ରସ୍ତ ପରିସ୍ଥିତି ମଧ୍ୟରେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସେ କୂଟନୈତିକ ପଥକୁ ସର୍ବୋତମ ବିକଳ୍ପ ଭାବରେ ବର୍ଣ୍ଣନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କ ସରକାରୀ ଏକ୍ସ ଆକାଉଂଟରେ କହିଛନ୍ତି, ରୁଷ ରାଷ୍ଟ୍ରପତିଙ୍କ ବାସଭବନକୁ ଟାର୍ଗେଟ କରିବା ଖବର ନେଇ ମୁଁ ଅତ୍ୟନ୍ତ ଚିନ୍ତିତ । ଶତ୍ରୁତା ଶେଷ କରିବା ଏବଂ ଶାନ୍ତି ହାସଲ କରିବା ପାଇଁ ଜାରି କୂଟନୈତିକ ପ୍ରୟାସ ହେଉଛି ସର୍ବୋତମ ପଥ । ଆମେ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ଏହି ପ୍ରୟାସ ଉପରେ ଧ୍ୟାନ ଦେବାକୁ ଏବଂ ସେମାନଙ୍କୁ ଦୁର୍ବଳ କରିପାରୁଥିବା ଯେକୌଣସି କାର୍ଯ୍ୟରୁ ବିରତ ରହିବାକୁ ଅନୁରୋଧ କରୁଛୁ ।

ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ବିଶ୍ୱ ଶାନ୍ତି ପ୍ରକ୍ରିୟାକୁ ସମର୍ଥନ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ସେ ସମସ୍ତ ପକ୍ଷଙ୍କୁ ସଂଯମତା ଅବଲମ୍ବନ କରିବାକୁ ଏବଂ କୂଟନୀତି ମାଧ୍ୟମରେ ମତଭେଦ ସମାଧାନ କରିବାକୁ ଆହ୍ୱାନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande