ଖାଲିଦା ଜିୟାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପିଏମ ମୋଦି
ନୂଆଦିଲ୍ଲୀ, 30 ଡିସେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ର ଅଧ୍ୟକ୍ଷା ବେଗମ ଖାଲିଦା ଜିଆଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଏହାକୁ ବାଂଲାଦେଶ ପାଇଁ ଏକ ଅପୂରଣୀ
ଖାଲିଦା ଜିଆ


ନୂଆଦିଲ୍ଲୀ, 30 ଡିସେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ

ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ର ଅଧ୍ୟକ୍ଷା ବେଗମ ଖାଲିଦା ଜିଆଙ୍କ ପରଲୋକରେ

ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଏହାକୁ ବାଂଲାଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବର୍ଣ୍ଣନା

କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ବିୟୋଗ ସମ୍ବାଦ ଶୁଣି ସେ ଅତ୍ୟନ୍ତ ଦୁଃଖିତ।

ପ୍ରଧାନମନ୍ତ୍ରୀ ମୋଦି ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’

ରେ

ଜାରି କରିଥିବା ଶୋକ ବାର୍ତ୍ତାରେ ବେଗମ ଖାଲିଦା ଜିଆଙ୍କ ପରିବାର ଓ ବାଂଲାଦେଶର ଜନତାଙ୍କ ପ୍ରତି

ଗଭୀର ସମ୍ବେଦନା ପ୍ରକାଶ କରି କହିଛନ୍ତି ଯେ, ଈଶ୍ୱର ଏହି କଠିନ ସମୟରେ

ତାଙ୍କ ପରିବାରକୁ ଦୁଃଖ ସହିବାର ଶକ୍ତି ପ୍ରଦାନ କରୁନ୍ତୁ।

ସେ କହିଛନ୍ତି ଯେ ବେଗମ ଖାଲିଦା ଜିଆ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ

ଦେଶର ରାଜନୈତିକ ଏବଂ ବିକାଶମୂଳକ ଇତିହାସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଭାରତ–ବାଂଲାଦେଶ ସମ୍ପର୍କ

ସୁଦୃଢ଼ କରିବାରେ ତାଙ୍କ ଅବଦାନକୁ ମଧ୍ୟ ଭୁଲିହେବ ନାହିଁ। ପ୍ରଧାନମନ୍ତ୍ରୀ ୨୦୧୫ ମସିହାରେ

ଢାକାରେ ବେଗମ ଖାଲିଦା ଜିଆଙ୍କ ସହ ହୋଇଥିବା ନିଜ ସାକ୍ଷାତକୁ ସ୍ମରଣ କରି କହିଛନ୍ତି ଯେ,

ତାଙ୍କର

ଚିନ୍ତାଧାରା ଓ ଉତ୍ତରାଧିକାର ଭାରତ–ବାଂଲାଦେଶ ସାଂଘିକତାକୁ ଆଗକୁ ଦିଗଦର୍ଶନ ଦେବ।

ପ୍ରଧାନମନ୍ତ୍ରୀ ଦିବଙ୍ଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ଏବଂ ବେଗମ ଖାଲିଦା

ଜିଆଙ୍କ ପରିବାର ସହ ବାଂଲାଦେଶର ସାଧାରଣ ଜନତାଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande