
ନୂଆଦିଲ୍ଲୀ, 30 ଡିସେମ୍ବର (ହି.ସ.)- ମୁମ୍ବାଇର ଭାଣ୍ଡୁପ ଅଞ୍ଚଳରେ ଘଟିଥିବା ଏକ ଦୁର୍ଘଟଣାରେ ଲୋକମାନଙ୍କର ମୃତ୍ୟୁକୁ
ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ର ଔପଚାରିକ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରୁ ଜାରି
ହୋଇଥିବା ବାର୍ତ୍ତାରେ, ମଙ୍ଗଳବାର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ
ମୁମ୍ବାଇର ଭାଣ୍ଡୁପରେ ଘଟିଥିବା ଦୁର୍ଘଟଣାରେ ଘଟିଥିବା ଜନହାନି ଦ୍ୱାରା ସେ ଅତ୍ୟନ୍ତ ଦୁଃଖିତ।
ସେ ନିହତମାନଙ୍କ ପରିବାରଜନଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କ
ଶୀଘ୍ର ସ୍ୱାସ୍ଥ୍ୟଲାଭ ପାଇଁ କାମନା କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,“ମୁମ୍ବାଇର ଭାଣ୍ଡୁପରେ ଘଟିଥିବା
ଦୁର୍ଘଟଣାରେ ଲୋକମାନଙ୍କର ମୃତ୍ୟୁକ ନେଇ ମୁଁ ଦୁଃଖିତ। ଯେଉଁମାନେ ନିଜ ପ୍ରିୟଜନଙ୍କୁ
ହାରାଇଛନ୍ତି, ସେମାନଙ୍କ ପ୍ରତି ମୋର ସମବେଦନା। ଆହତମାନଙ୍କ ଶୀଘ୍ର ସୁସ୍ଥତା କାମନା
କରୁଛି ।”
ଉଲ୍ଲେଖନୀୟ ଯେ, ସୋମବାର ରାତିରେ ମୁମ୍ବାଇର ଭାଣ୍ଡୁପ ରେଳ ଷ୍ଟେସନ୍ ନିକଟସ୍ଥ
ଭାଣ୍ଡୁପ ଡିପୋରେ ବେଷ୍ଟର ଏକ ବସ୍ ତଳେ ଚାପି ପଡ଼ି ଚାରି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୦ ଜଣ
ଗୁରୁତର ଭାବେ ଆହତ ହୋଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା