
ନୂଆଦିଲ୍ଲୀ, ୩୦ ଡିସେମ୍ବର (ହିସ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଏଠାରେ ନୀତି ଆୟୋଗରେ ଏକ ପ୍ରାକ-ବଜେଟ୍ ପରାମର୍ଶ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ବିଶିଷ୍ଟ ଅର୍ଥନୀତିଜ୍ଞ, ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ଏବଂ ବିଷୟବସ୍ତୁ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ ବେରୀ ଏବଂ ନୀତି ଆୟୋଗର ସିଇଓ ବିଭିଆର ସୁବ୍ରମଣ୍ୟମ ମଧ୍ୟ ଉପସ୍ଥିତ ଥିଲେ।
ସୂତ୍ର ଅନୁଯାୟୀ, ଅର୍ଥନୀତିଜ୍ଞ, କ୍ଷେତ୍ରୀୟ ବିଶେଷଜ୍ଞ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ପ୍ରତିନିଧିମାନେ ବୈଠକରେ ସେମାନଙ୍କର ମତାମତ ବଂଟିିଥିଲେ। ବୈଠକରେ ଦେଶର ଅଭିବୃଦ୍ଧି ସମ୍ଭାବନା, ଆର୍ôଥକ ପରିଚାଳନା ଏବଂ ବଜେଟ ୨୦୨୬-୨୭ ପୂର୍ବରୁ ଦୀର୍ଘକାଳୀନ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆବଶ୍ୟକ ସାଂରଚନିକ ସଂସ୍କାର ଉପରେ ଆଲୋଚନା ହୋଇଥିଲା। ବର୍ତମାନର ଅର୍ଥନୈତିକ ପରିସ୍ଥିତି, ବିଶ୍ୱ ଚ୍ୟାଲେଞ୍ଜ ଏବଂ ଘରୋଇ ଚାହିଦାକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ଆଲୋଚନା ହେବାର ଆଶା କରାଯାଉଛି।
ସୂତ୍ର ଅନୁଯାୟୀ, ଏହିପରି ପରାମର୍ଶର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ଅଂଶୀଦାରଙ୍କ ପରାମର୍ଶକୁ ଅନ୍ତର୍ଭୁକ୍ତ କରି ଏକ ଅନ୍ତର୍ଭୁକ୍ତିମୂଳକ ଏବଂ ସନ୍ତୁଳିତ ବଜେଟ୍ ପ୍ରସ୍ତୁତ କରିବା।
-----------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ