
ରାମନାଥପୁରମ, 30 ଡିସେମ୍ବର (ହି.ସ.)- ତାମିଲନାଡୁ ଏବଂ କାଶୀ ମଧ୍ୟରେ ଥିବା ସାଂସ୍କୃତିକ ସମ୍ପର୍କ ଓ କାଳାତୀତ
ବନ୍ଧନକୁ ଉତ୍ସବ ରୂପେ ପାଳନ କରୁଥିବା କାଶୀ ତାମିଲ ସଙ୍ଗମମ୍ 4.0 ର ଭବ୍ୟ ସମାପନ ସମାରୋହ ଆଜି
ରାମେଶ୍ୱରମରେ ଆୟୋଜିତ ହେବ। ଏହି ଅବସର ପାଇଁ ଏକ ବିଶାଳ ମଞ୍ଚ ପ୍ରସ୍ତୁତ କରାଯାଇଛି ଏବଂ କଡ଼ା
ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମାପନ ସମାରୋହରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ
ସହ ଦେଶର ଅନେକ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ରହିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା